ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବାବା ତଳାବ ଠାରେ ଗାଂଗପୁର ସାଂସ୍କୃତିକ ପରିଷଦ ଅନୁକୂଳ ରେ ଏସଡିପିଓ ଡକ୍ତର ଅଭିଷେକ ପାଣିଗ୍ରାହୀ ଙ୍କ ପୈରହିତ୍ବରେ ଓଡ଼ିଆ ପାରମ୍ପାରିକ ବିଧିବଦ୍ଧ ଭାବରେ ପୂଜକଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳ ୫ ଘଟିକା ସମୟରେ ରାଜଗାଙ୍ଗପୁର ପ୍ରସିଦ୍ଧ ପାହାଡି ମନ୍ଦିର ଛକ ଠାରୁ ଏକ ବିରାଟକାୟ ସୁ ସଜ୍ଜିତ ବୋଇତ ଶୋଭାଯାତ୍ରା ରେ ବାହାରି ହରି ନାମ ନାଚଗୀତ ତାଳେ ତାଳେ ସକାଳ ୬ ଘଟିକା ସମୟରେ ବାବାତଳାବ ପୋଖରୀ ରେ ପହଞ୍ଚିବା ପରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହୋଇଥିଲା
ଉକ୍ତ କାର୍ଯ୍ୟକ୍ରମରେ ଗାଂଗପୁର ପରିଷଦ ର ଉପ ସଭାପତି ଅମରେଶ ପଣ୍ଡା ଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ସମାପନ ସହ ପରିଷଦ ର ବହୁ ସଦସ୍ୟ, ସ୍ଥାନୀୟ ରାଜନୈତିକ ଦଳର ନେତାକର୍ମି ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ନାଗରିକ ଉପସ୍ଥିତ ଥିଲେ।