ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ବୀର ବିର୍ସା ମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡା ଙ୍କ ୧୪୯ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ମୂଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ମାନ୍ୟବର ବିଧାୟକ ଡ଼କ୍ତର ସି ଏସ ରାଜନ ଏକ୍କା ସମ୍ମାନୀତ ଅତିଥି ଭାବେ ରାଜଗାଙ୍ଗପୁର ଏସଡିପିଓ ଡକ୍ତର ଅଭିଷେକ ପାଣିଗ୍ରାହୀ ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ଯୋଗଦାନ କରିଥିଲେ।ଆଦିବାସୀ ପାରମ୍ପାରିକ ଲୋକ ନୃତ୍ୟର ତାଳେ ତାଳେ ସମସ୍ତ ଅତିଥି ଙ୍କୁ ବୀର ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ଠାରେ ପୂଜା ଅର୍ଚ୍ଚନା କରି ମାଲ୍ୟାର୍ପଣ କରାଯାଇ ବୀର ବିର୍ସା ମୁଣ୍ଡା ଙ୍କ ଦେଶପ୍ରେମ ତ୍ୟାଗ ବଳିଦାନ ସମ୍ବନ୍ଧ ରେ ସମସ୍ତ ଙ୍କୁ ଅତିଥି ଙ୍କ ଦ୍ଵାରା ଆଲୋକପାତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ପ୍ରଦର୍ଶନୀ ହକି ମ୍ୟାଚ୍ ସହ ଫାଇନାଲ ପ୍ରତିଯୋଗିତା ର ସମସ୍ତ ଖେଳାଳି ଙ୍କୁ ସମାଜସେବୀ ଶ୍ରୀ ମତି ପ୍ରିୟଦର୍ଶିନୀ ଭୋଇ ଓ ନୋମୀ ସନ୍ୟାସୀ ଙ୍କ ପକ୍ଷରୁ ଟି ସାର୍ଟ ପ୍ରଦାନ କରାଯାଇ ଫାଇନାଲ ହକି ଖେଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଆଦିବାସୀ ନାଚ,ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା।
ଏଥିରେ କମିଟି ର ସଭାପତି ଜୋହାନ ହେମରମ, ଡଃ ହିରେନ ଲୁଗୁନ,ହାରେନ ବାଗେ,ନାମନ କେରକେଟା,ସାଲାନ ହେରେଞ,ଦେବରଞନ ବିନୋଦ, ଅରୁଣ ସାମଲ,ଶସି ଚୈରୋସିଆ ରାଜଗାଙ୍ଗପୁର ଓ ଆଖପାଖ ଅଞ୍ଚଳ ରୁ ହଜାର ହଜାର ଦର୍ଶକଙ୍କ ଉପସ୍ଥିତି ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।