ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ପଦା ଗାଁ ନିକଟସ୍ଥ ବିଜେପି କାର୍ଯ୍ୟଳୟ ଠାରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଯୁବ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରେଶଙ୍କୁ ରାଜଗାଙ୍ଗପୁର ବିଜେପି ଦଳ ପକ୍ଷରୁ ଭାବ୍ୟ ସ୍ଵାଗତ ଓ ସମ୍ବର୍ଧନା ସହ କରି ପୁଷ୍ପଗୁଚ୍ଛ ଉତ୍ତରିୟ ପ୍ରଦାନ କରି ଜୋରଦାର ସ୍ଵାଗତ କରି ଦଳୀୟ କାର୍ଯ୍ୟାଳୟ ଠାରେ ପାଛୋଟି ଆଣି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତିଙ୍କ ସହ ରାଜଗାଙ୍ଗପୁର ବିଜେପି ମଣ୍ଡଳ ସଭାପତି ଓ ବରିଷ୍ଠ ନେତାକର୍ମୀ ସାମିଲ ହୋଇ ବିଭିନ୍ନ ସମସ୍ୟା ଓ ବର୍ତ୍ତମାନ ରାଜନୈତିକ କୁ ଆଲୋଚନା ହୋଇଥିଲା। ରାଜଗାଙ୍ଗପୁର ଡାଲମିଆ କଲେଜ ର ବିଭିନ୍ନ ସମସ୍ୟା କୁ ନେଇ ଯୁବନେତା ସୁଧାକର ପାଣ୍ଡେ ଓ କିଛି କଲେଜର ଛାତ୍ରଛାତ୍ରୀମାନେ ମନ୍ତ୍ରୀ ଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।