ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ୧୫ ନଂ ୱାର୍ଡ କୁମ୍ଭାରକେଲା ଗଡ଼ତିଆପଡା ଗ୍ରାମ ନିକଟସ୍ଥ Plot no 3002 Khata no 411 ପ୍ରାୟ ୫୦୦ବର୍ଷ ସାରଣା ପୂଜା ଅର୍ଚ୍ଚନା ଜମି ଉପରେ କିଛି ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ଓ ଅଧିଗ୍ରହଣ ବିରୁଦ୍ଧରେ ସ୍ଥାନୀୟ ସମାଜସେବୀ ମୋହନ ଗଡତିଆ ଙ୍କ ନେତୃତ୍ବରେ କିଛି ଗ୍ରାମ ବାସିନ୍ଦା ରାଜଗାଙ୍ଗପୁର ତହସିଲଦାର ଶ୍ରୀ ଜଗବନ୍ଧୁ ମଲ୍ଲିକ ଙ୍କୁ ସାକ୍ଷାତ କରି ଉକ୍ତ ଜମିକୁ ଆର ଆଇ,ଅମିନ ଦ୍ଵାରା ଚିହ୍ନଟ କରିବାପାଇଁ ନିବେଦନ କରିଥିଲେ ଉକ୍ତ ଜମ ରେ ସେଠାକାର ପୁର୍ବ ପୁରୁଷ ସମାଜର ଶାନ୍ତି ମୈତ୍ରୀ କଲ୍ୟାଣ ଓ ସମାଜର ଉନ୍ନତି ପାଇଁ ପ୍ରାକୃତିକ ପୂଜା ଅର୍ଚ୍ଚନା କରିଆସୁଛନ୍ତି ତେଣୁ ଗ୍ରାମ ବାସିନ୍ଦା ଯଥାଶୀଘ୍ର ଜମି ଚିହ୍ନଟ ପ୍ରକିୟା ନିମନ୍ତେ ତହସିଲଦାର ଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ ଜମି ଚିହ୍ନଟ ହେବାପରେ ଜମି ଉପରେ କାନ୍ଥ କାର୍ଯ୍ୟ ସହ, ଇଲେକ୍ଟ୍ରି ବ୍ୟାବସ୍ଥା,ପାଣିୟଜଳ ଯୋଗାଣ କରି ଜମି ସୁରକ୍ଷା ବ୍ୟବସ୍ଥା କଡାକଡି କରିବେ ବୋଲି ଶ୍ରୀ ମୋହନ ଗଡତିଆ ସୁଚନା ଦେଇଥିଲେ।