ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବାଣ୍ଠୁପଡା ବାବା ଛକ ନିକଟରେ ଆମ୍ବେଦକର କଲୋନୀ ବାସିନ୍ଦା ଙ୍କ ପୁର୍ବପୁରୁଷ ଙ୍କ ସ୍ଵର୍ଗ ଦ୍ଵାର ଜମି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ପରେ ପ୍ରାଚେରୀ ଓ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଥିବା ସମୟରେ କିଛି ସ୍ଥାନୀୟ ପ୍ରଭାବଶାଳୀ ଲୋକ ଜମି ଅଧିଗ୍ରହଣ କରିଥିବା ଓ ନିର୍ମାଣ କାର୍ଯ୍ୟ ବନ୍ଦ ପଛରେ ପ୍ରଶାସନ ଓ ପୋୖରପାଳିକା ର ହାତ ଥିବା ଦର୍ଶାଇ ଆମ୍ବେଦକର କଲୋନୀ ବାସିନ୍ଦା ଉକ୍ତ ସ୍ଥାନରେ ଧାରଣା ପ୍ରତିବାଦ କରି ନିଜର ଅଧିକାର ସମ୍ବନ୍ଧ ରେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କୁ ଅବଗତ କରାଇଥିଲେ। ଉକ୍ତ ସମସ୍ୟାର ସମାଧାନ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନ କଲେ ପୋୖରପାଳିକା ରେ କାର୍ଯ୍ୟରତ ସମସ୍ତ ସଫେଇ ଅଭିଯାନ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ।