ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ନୀୟୁ କଲୋନୀ ର ପରିବହନ ସଂସ୍ଥା ବ୍ୟବସାୟୀ ବିରେନ୍ଦ୍ର ରଥଙ୍କ ଘରେ କାମ କରୁଥିବା ନିକଟସ୍ଥ ଗ୍ରାମ ର ମହିଳା ଦୀପାବଳି ପୁର୍ବଦିନ ଘର ସଫା କରୁଥବା ସମୟରେ ଘରର ମାଲିକାଣୀ ଶ୍ରୀ ମତି ପ୍ରଣତି ମିଶ୍ରଙ୍କ ଅନୁପସ୍ଥିତ ର ସୁଯୋଗ ନେଇ ଘର ଆଲମିରା ଉପରେ ରଖାଯାଇଥିବା ସୁନାହାର,ହୀରାର କାନଫୁଲ ଓ ସୁନାଗହଣା ଚୋରାଇ ନେବାରେ ସଫଳ ହୋଇଥିଲେ। ଘରୁ ଚୋରି ହୋଇଥିବା ସୁନାଗହଣା ଦୀପାବଳି ପର୍ବ ଉପଲକ୍ଷେ ପ୍ରଣତି ମିଶ୍ର ବ୍ୟାବହାର ନିମନ୍ତେ ଖୋଜାଖୋଜି କରି ପାଇନଥିଲେ ଉକ୍ତ ଘଟଣାକୁ କେନ୍ଦ୍ର କରି ଘରେ କାମକରୁଥିବା ମହିଳାଙ୍କ ଉପରେ ତୀକ୍ଷ୍ମଣ ନଜର ରଖିବା ପରେ ତା’ର ଗତିବିଧି ଉପରେ ସନ୍ଦେହ କରି ପଚରାଉଚରା କରିବ ଘୋଗର ରାସ୍ତା ଠାରେ ମହିଳା ଙ୍କ ଘରୁ ସମସ୍ତ ସୁନାଗହଣା ଉଧାର କରିବାରେ ସଫଳ ହୋଇଥିଲେ ଏବଂ ରାଜଗାଙ୍ଗପୁର ଥାନା ରେ ଏତଲା ଦାଏର କରିବାପରେ ଘରେ କାମ କରୁଥିବା ମହିଳା ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ପ୍ରଣତି ମିଶ୍ରଙ୍କ ଘରୁ ଏକ ମୁଲ୍ୟବାନ ହାତଘଣ୍ଟା ଚୋରି ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।
