କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଥିବା ରାଜ୍ୟର ସୁନାମଧନ୍ୟ ନାଟ୍ୟ ଅନୁଷ୍ଠାନ “ପଲ୍ଲବୀ” ପକ୍ଷରୁ ତିନିଦିନିଆ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ଦିତୀୟ ସଂଧ୍ୟାରେ ରେ ଡ:ପଞ୍ଚାନନ ପାତ୍ର ଙ୍କ ରଚିତ ନାଟକ “ପ୍ରତିବିମ୍ବ” ମଞ୍ଚସ୍ଥ ହୋଇଯାଇଛି।ଉକ୍ତ ନାଟକ ଭୂବନେଶ୍ୱର” ଅଜିତ” ନାଟ୍ୟ ଅନୁଷ୍ଠାନ ଦ୍ୱାରା ପରିବେଷଣ କରାଯାଇଛି।ଦିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଯଶିପୁର ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମସିଂ ଖୁଣ୍ଟିଆ ଯୋଗଦେଇ ଦୀପପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭରମ୍ଭ କରିଥିଲେ।
ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରେମାଂଶୁ ଚାନ୍ଦ,ବିଜେପି ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଭାପତି ଶ୍ରୀ କୃପାସିନ୍ଧୁ ମହାନ୍ତ ,ସାଂସଦ ପ୍ରତିନିଧି ଶ୍ରୀ ଆଶିଷ ରଞ୍ଜନ ମହାନ୍ତ, ଦେବେନ୍ଦ୍ର ମହାନ୍ତ, ମହେଶ୍ବର ସାହା ପ୍ରମୁଖ ଯୋଗଦେଇ ଥିଲେ।ଅନୁଷ୍ଠାନ ସଭାପତି ଶ୍ରୀଯୁକ୍ତ ଭୂବନବିହାରୀ ସାହୁ ଙ୍କ ତତ୍ୱାବଧାନ ବରିଷ୍ଠ ସିନେ ଅଭିନେତା ଶ୍ରୀଯୁକ୍ତ ଉମାକାନ୍ତ ସାହା,ଯୁଗଳ କିଶୋର ଅଗ୍ରୱାଲ, ଜିତେନ କୁମାର ରାମ,ସଞ୍ଜୟ ସାହା,ଦିବ୍ୟ ପ୍ରସାଦ ସାହୁ ପ୍ରମୁଖ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଖୁଣ୍ଟିଆ ଙ୍କୁ ଅନୁଷ୍ଠାନ ପକ୍ଷରୁ ବିଶେଷ ଭାବେ ସ୍ୱାଗତ କରି ଥିଲେ।
ତେବେ କଳାର ବିକାଶ କୁ ଗୁରୁତ୍ୱ ଦେଇ ମୁଖ୍ୟ ଅତିଥି ନିଜ ଅଭିଭାଷଣ ପ୍ରଦାନ କରିବାସହ ଅଜିତ ନାଟ୍ୟସଂସ୍ଥା ର ସମସ୍ତ କାଳାକାର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ଅବସରରେ ଅଜିତ ନାଟ୍ୟସଂସ୍ଥା ର ମୁଖ୍ୟ ତଥା ପ୍ରସିଦ୍ଧ ସିନେତାରକା ସ୍ୱର୍ଗତ ଅଜିତ ଦାସ ଙ୍କ ସହଧର୍ମିଣୀ ଶ୍ରୀମତି ମାୟା ଦାସ ଙ୍କୁ ସମ୍ମାନିତ କରାଯାଇଥିଲା।ପରେ ନାଟକ ପ୍ରତିବିମ୍ବ ପରିବେଷଣ କରାଯାଇଥିଲା।ଯାହା ଦର୍ଶକ ଙ୍କ ମନମୁଗ୍ଧକର ହୋଇଥିଲା ।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।