କରଞ୍ଜିଆ-: ଗତ ଶୁକ୍ରବାର ଦିନ ଅପରାହ୍ନରେ ଝାଡ଼ଖଣ୍ଡ ରାଜ୍ୟର ଜଗନ୍ନାଥପୁର ଥାନା ଅନ୍ତର୍ଗତ ଜୟନ୍ତଗଡ଼ ନିକଟସ୍ଥ ବୈତରଣୀ କୂଳରେ ଥିବା ଏକ ଶିବମନ୍ଦିର ର ଲିଙ୍ଗକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାପଡିଛି ।ଉକ୍ତ ମନ୍ଦିରଟି କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲା ଏବଂ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ।
ତେବେ ଉକ୍ତ ଶିବଲିଙ୍ଗ ଭଙ୍ଗା କୁ ପ୍ରତିବାଦ କରି ଚମ୍ପୁଆ ଏବଂ ରରୁଆଁ ମୁଖ୍ୟ ରାସ୍ତାକୁ ଫଗୁ ନିକଟରେ ସ୍ଥାନୀୟ ଜନସାଧାରଣ ଅବରୋଧ କରି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।ଯାହାଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି ।ତେବେ ଘଟଣା ସ୍ଥଳରେ ଘାଘରବେଡା ଥାନା ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ସହ ଜନସାଧାରଣ ରାସ୍ତା ଅବରୋଧ କୁ ହଟାଇ ଥିଲେ।
ଏହାସହ ଯାତାୟାତ ସ୍ଵାଭାବିକ ହୋଇଥିଲା।ତେବେ ଏଭଳି ଏକ ଅମାନୁଷିକ ଘଟଣାର ଦୃଢନିନ୍ଦା କରିବା ସହ ଅଭିଯୁକ୍ତ କୁ କୋଠର ଦଣ୍ଡ ନିମନ୍ତେ ଦାବି କରିଛନ୍ତି ଅଞ୍ଚଳ ବାସୀ।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।