କରଞ୍ଜିଆ ଠାରେ ଦର୍ଶକ ଙ୍କ ଗହଳି ରେ ପଲ୍ଲବୀ ପକ୍ଷରୁ ଅନୁଷ୍ଠିତ ହେଲା ନାଟକ “ଫାଶ” ।

କରଞ୍ଜିଆ ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଥିବା ରାଜ୍ୟର ସୁନାମଧନ୍ୟ ନାଟ୍ୟ ଅନୁଷ୍ଠାନ “ପଲ୍ଲବୀ” ପକ୍ଷରୁ ଅଷ୍ଟମ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ତିନିଦିନିଆ ମହୋତ୍ସବ ୨ତାରିଖରେ ସ୍ଥାନୀୟ ପଲ୍ଲବୀ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି ।ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଭୂବନବିହାରୀ ସାହୁଙ୍କ ତତ୍ୱାବଧାନ ରେ ଉଦଘାଟନୀ ସଂଧ୍ୟା ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ଚରଣ ନାୟକ, ସମ୍ମାନିତ ଅତିଥ୍ ଭାବେ ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ସୁବ୍ରତ କୁମାର ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭରମ୍ଭ କରିଥିଲେ।

ତେବେ ପ୍ରଥମ ସଂଧ୍ୟାରେ ବିଶିଷ୍ଟ ନାଟ୍ୟକାର ସ୍ୱର୍ଗତ ଡ: ପଞ୍ଚାନନ ପାତ୍ର ଙ୍କ ସ୍ମୃତି ରେ ପଲ୍ଲବୀ ପକ୍ଷରୁ ପ୍ରଥମ ଅର୍ଘ୍ୟ ଡ: ପାତ୍ର ଙ୍କ ଲିଖିତ ତଥା ଯୁବନିର୍ଦ୍ଦେଶକ ଶ୍ରୀ ସଂଜୟ ସାହା ଙ୍କ ନିର୍ଦ୍ଦେଶିତ ନାଟକ “ଫାସ” ପରିବେଷଣ କରାଯାଇଛି।ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ଡ଼ା: ସତ୍ୟେନ୍ଦ୍ର ନାରାୟଣ ଦାସ,ନାଟ୍ୟକାର ଉମାକାନ୍ତ ସାହା, ଅଧ୍ୟାପକ ଜିତେନ ରାମ,ଶ୍ରୀଯୁକ୍ତ ଗଜେନ୍ଦ୍ର ନାଥ ସାହୁ,ଯୁଗଳ କିଶୋର ଅଗ୍ରୱାଲ, ଗୋପାଳ ଅଗ୍ରୱାଲ ପ୍ରମୁଖ ଙ୍କ ମାର୍ଗଦର୍ଶନ ରେ ସଦସ୍ୟ ଶ୍ରୀ ରାଜନ ଦାସ,ରୂପେଶ ସରାଫ,ଅଙ୍କିତ ରାମ,ଙ୍କ ସହ ଅନ୍ୟମାନେ ସମସ୍ତ ଆୟୋଜନ ରେ ସହଯୋଗ କରିଥିଲେ।ତେବେ ବହୁସଂଖ୍ୟକ ଦର୍ଶକ ଉପସ୍ଥିତ ରହି ନାଟକକୁ ଉପଭୋଗ କରିବା ସହ ବେଶ ପ୍ରଶଂସା କରିଥିଲେ।

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *