ରାଜଗାଙ୍ଗପୁର ଜନସାଧାରଣଙ୍କ କର ଟଙ୍କା ରେ ନିର୍ମିତ ଯୋଜନା ଫେଳ।

ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁର୍ବ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣ ଙ୍କ ଟେକ୍ସ ଟଙ୍କା ରେ ନିର୍ମିତ ଶକ୍ତି କାଫେ ଉଦଘାଟନ ହେଲା ପରେ କିଛି ଦିନ ଠିକ୍ ଠାକ୍ ଚାଲିବା ପରେ ହଠାତ୍ ବନ୍ଦ ଯୋଗୁଁ ସ୍ଥାନୀୟ ଜନସାଧାରଣ ଓ ସରକାରୀ ଡାକ୍ତରଖାନାରେ ଆସୁଥିବା ରୋଗୀ ଓ ସେମନଙ୍କର ପରିବାର ଲୋକେ ସୁଦ୍ଧ ଜଳଖିଆ ଓ ଭୋଜନ ଖାଇବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।

ସେହିପରି ନିକଟରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଆହାର ରୋଷେଇ ଶାଳ ଜିଲ୍ଲା ପ୍ରଶାସନ ରାଜଗାଙ୍ଗପୁର ପୈରପାଳିକା ଚେୟାରମେନ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଥାନୀୟ କାଉନସିଲର ବିଜେଡି ନେତକର୍ମୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ଉଦଘାଟନ ହେଲା ପରେ ଆଜି ମଧ୍ୟ କାର୍ଯକାରୀ ନ ହେବାରୁ ଆହାର କେନ୍ଦ୍ର ରେ ବହୁ ଅସୁବିଧା ହେଉଥିବା ପରିଲକ୍ଷିତ ହୋଇଛି ସ୍ଥାନୀୟ ଜନସାଧାରଣ ସରକାରଙ୍କ ନିକଟରେ ଯଥାଶୀଘ୍ର ଶକ୍ତି କାଫେ ଓ ଆହାର ରୋଷେଇ ଶାଳ ଖୋଲିବାକୁ ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *