ସମ୍ବଲପୁର: ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ ଗଳ୍ପ ଆସର ଅନୁଷ୍ଠିତ ହୋଇଯାଇଛି।। ୦୨ ନଭେମ୍ବର ଶନିବାର ସଂଧ୍ୟା ୭ ଘଟିକାରେ ଭର୍ଚୁଆଲ ଗଳ୍ପ ଆସରଟିକୁ ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରକୁ ସଂଯୋଜକ ଭାବେ ରଞ୍ଜନ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।
ଉପ ସଭାପତି ଶ୍ରୀମତୀ ଶୋଭାଗୀନି ନନ୍ଦ ଗଳ୍ପର ସଂଜ୍ଞା ଓ ତାର ବିଭିନ୍ନ ଦିଗ ଉପରେ ସମ୍ୟକ, ଭାବରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ଅତିଥି ଗାଳ୍ପିକ ଭାବେ ଆଗଧାଡିର ଗାଳ୍ପିକ ଗାଳ୍ପିକା ସ୍ରୋତସ୍ୱିନୀ ପରିଡ଼ା, ଶାକମ୍ବରୀ ପ୍ରିୟଦର୍ଶିନୀ ସାହୁ, ଭାଗ୍ୟଶ୍ରୀ ଲେଙ୍କା, ଶୁଭଶ୍ରୀ ସ୍ୱର୍ଣ୍ଣପ୍ରଭା, ରୋଜାଲିନ ମୁଦୁଲି, ରଶ୍ମିରଞ୍ଜନ ରାଉତ, ସଂଘମିତ୍ରା ପଣ୍ଡା ଯୋଗ ଦେଇ ଗଳ୍ପ ପାଠ କରିଥିଲେ।
ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଗାଳ୍ପିକ, ଗାଳ୍ପିକା ମଧ୍ୟରେ ରଞ୍ଜନ କୁମାର ମହାନ୍ତି, ପୂଜାଶ୍ରୀ ସେଠୀ, ସୌଦାମିନୀ ତ୍ରିପାଠୀ, ବିଦ୍ୟାଧର ଦଳବେହେରା, ରିଙ୍କୁ ମେହେର, ବିଶ୍ୱଜିତ ନାୟକ ପ୍ରମୁଖ ଗଳ୍ପ ପାଠ କରିଥିଲେ।। ଯୁବ ଔପନ୍ୟାସିକ ସ୍ୱରୂପ କୁମାର ନାୟକ ନବ ପ୍ରତିଭାମାନଙ୍କ ଗଳ୍ପକୁ ପ୍ରଶଂସା କରିବା ସହ ସେମାନଙ୍କୁ ନିରନ୍ତର ଲେଖନୀ ଚାଳନା ପାଇଁ ପ୍ରେରଣା ଦେଇଥିଲେ। ଓଡ଼ିଶାର କୋଣ ଅନୁକୋଣରୁ ଶହେରୁ ଉର୍ଦ୍ଧ୍ବ ଗଳ୍ପ ପ୍ରେମୀ ମାନେ ଏଥିରେ ସାମିଲ ହୋଇ ନିଜ ପ୍ରତିଭାର ଦର୍ଶନ କରି ଆସରକୁ ଶୃଙ୍ଖଳା ସହ ଅନୁଷ୍ଠିତ କରିଥିଲେ।।