ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଷ୍ଟେସନ ପଡ଼ା, ରାଠୋର କଲୋନୀ କାଳୀବାଡି ଆନୁକୁଲ୍ୟରେ ଓ ଆଖପାଖ ଅଞ୍ଚଳ ରେ ଦୁଇ ଦିନଧରି ପବିତ୍ର ଆଲୋକ ପର୍ବ ଦୀପାବଳି ଓ କାଳୀ ପୂଜା ଆନନ୍ଦ ଉଲ୍ଲାସରେ ରେ ପାଳନ ହୋଇଥିଲା। ଏହି ଅବସରରେ ରାଜଗାଙ୍ଗପୁର ସହର ସାରା ଆଲୋକମୟ ସହ ଆତିଶବାଜି ରେ କମ୍ପି ଉଠିଥିଲା ଘରେ ଘରେ ଲକ୍ଷ୍ମୀ ଗଣେଶ ପୂଜା କରିବାପରେ ଏକ ଅପରକୁ ମିଷ୍ଟାନ୍ନ ଆଦାନ ପ୍ରଦାନ କରି ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରିଥିଲେ। ସହର ରେ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ରାଜଗାଙ୍ଗପୁର ପୋଲିସ ବିଭିନ୍ନ ସ୍ଥାନରେ ସଜାଗ ଥିବା ପରିଲକ୍ଷିତ ହୋଇଥିଲା।