କରଞ୍ଜିଆ ଠାରେ ଜମିଲା ବାଣ ବ୍ୟବସାୟ,ହାତ ତିଆରି ଦେଶୀ ବାଣ ର ଚାହିଦା ରହିଛି ଅଧିକ ।

କରଞ୍ଜିଆ:- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଠାରେ ବେଶ ଆନନ୍ଦ ଉଲ୍ଲାସ ରେ ଚଳିତ ବର୍ଷ ଦୀପାବଳୀ ପାଳିତ ହୋଇଯାଇଛି।ତେବେ ନିଷ୍ଠାର ସହ ସମସ୍ତେ ପୂଜା କରିଥିବା ବେଳେ ଚଳିତ ବର୍ଷ ଅଞ୍ଚଳରେ ବାଣ ବ୍ୟବସାୟ ମଧ୍ୟ ଜମିଥିବା ପରିଲକ୍ଷିତ ହୋଇଛି। ଅନୂକୁଳ ପାଗ ଥିବା କାରଣ ରୁ ବ୍ୟବସାୟ ଅନ୍ୟ ବର୍ଷ ତୁଳନା ରେ ଭଲ ହୋଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ କରଞ୍ଜିଆ ସହରର ମିଳନ ପଡିଆ ଠାରେ ବାଣ ବ୍ୟବସାୟୀ ଙ୍କ ନିମନ୍ତେ ଦୋକାନ ର ବ୍ୟବସ୍ଥା କରାଯାଇଥିବା ବେଳେ ବ୍ୟବସାୟୀ ମାନେ ସମସ୍ତ ନିୟମ କୁ ପାଳନ କରିବାସହ ସେଠାରେ ମୋଟ ୮ ଟି ଅସ୍ଥାୟୀ ବାଣ ଦୋକାନ ଖୋଲାଯାଇଥିଲା।

ତେବେ ସେଠାରେ ବାଣ କିଣିବାକୁ ଛୋଟ ଛୁଆ ଙ୍କ ଠାରୁ ଆରମ୍ଭ କରି ଲୋକ ଙ୍କ ପ୍ରବଳ ଗହଳି ହେବା ସହ ଭିନ୍ନ ଭିନ୍ନ କମ୍ପାନୀ ର ଭିନ୍ନ ଭିନ୍ନ କିସମର ବାଣ ଦୋକାନ ମାନଙ୍କ ରେ ଉପଲବ୍ଧ ଥିଲା।ତେବେ ବାଣ ମଧ୍ୟରେ ସବୁଠାରୁ ଅଧିକ ଚାହିଦା ଥିଲା ଦେଶୀ ହାତତିଆରି ବାଣ ର , ଅନ୍ୟ ବାଣ ତୁଳନାରେ ହାତ ତିଆରି ଦେଶୀ ବାଣ ର ମୂଲ୍ୟ ମଧ୍ୟ କମ ଥିବା ନେଇ ଗ୍ରାହକ ଏହାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଥିଲା।ଦୋକାନୀ ମାନେ ନିକଟସ୍ଥ ଅଞ୍ଚଳ ଓ ପଡୋଶୀ ଜିଲ୍ଲାର ଆନନ୍ଦପୁର ଅଞ୍ଚଳ ରୁ ହାତ ତିଆରି ବାଣ ଆଣି ଭଲ ବ୍ୟବସାୟ କରିଥିବା ଜଣାପଡିଛି।ବ୍ୟବସାୟ କୁ ନେଇ ବ୍ୟବସାୟୀ ମାନେ ଉତ୍ସାହିତ ଥିବା ବେଳେ କରଞ୍ଜିଆ ରେ ଏବର୍ଷ ଆନୁମାନିକ ୧.୫କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କାର ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି।ତେବେ ପ୍ରଶାସନ ପକ୍ଷରୁ ବାରବିକ୍ରୀ ପାଇଁ ଅଳ୍ପ ଦିନ ଦିଆଯାଈଥିବା କୁ ନେଇ ବ୍ୟସାୟୀ ମାନେ ଦୁଃଖ ପ୍ରକାଶ କରିଛନ୍ତି।

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *