କରଞ୍ଜିଆ କୃଷି କାର୍ଯ୍ୟାଳୟ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ କୃଷି କାର୍ଯ୍ୟାଳୟ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭା କୃଷି କାର୍ୟାଳୟ ସମ୍ମୀଳନୀ ଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ନୂତଭାବେ ଯୋଗଦାନକରିଥିବା ଏଡିଓ ଶ୍ରୀଯୁକ୍ତ ତପନ କୁମାର ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ଅଣ୍ଡିଆ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଉକ୍ତ ଅବସରର ପୂର୍ବତନ ADO ଶ୍ରୀଯ ରାମଚନ୍ଦ୍ର ନାୟକ, କରଞ୍ଜିଆ ଭାରପ୍ରପ୍ତ ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵ ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀ ଏବଂ କର୍ମଚାରୀ ଗଣ ଶ୍ରୀଯୁକ୍ତ ଅଣ୍ଡିଆ ଙ୍କ କାର୍ଯ୍ୟଶୈଳୀ ଏବଂ କାର୍ଯ୍ୟାଳୟ ରେ ସହକର୍ମୀ ଙ୍କ ସହ ଥିବା ଉତ୍ତମ ସମ୍ପର୍କ ବିଷୟରେ ଆଲୋଚନା କରିବା ସହ ତାଙ୍କର ସୁସ୍ଥ ନିରାମୟ ଜୀବନର କାମନା କରି ଏକ ଭାବାବେଗ ପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।ନିଜ ବକ୍ତବ୍ୟ ରେ ଶ୍ରୀଯୁକ୍ତ ଅଣ୍ଡିଆ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ରସହ ଧନ୍ୟବାଦ ଅର୍ପଣ କରିବା ସହ କର୍ମକ୍ଷେତ୍ରରେ ଜାଣ ଅଜାଣତରେ ହୋଇଥିବା କୌଣସି ତୃଟି ବା ବ୍ୟବହାର ପାଇଁ ସମସ୍ତଙ୍କଠାରେ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ନୂତନ କୃଷି ଅଧିକାରୀ ଶ୍ରୀଯୁକ୍ତ ମହାପାତ୍ର ଙ୍କୁ ହୃଦୟର ସହ ଶୁଭେଚ୍ଛା ଜଣାଇଥିଲେ।ତେବେ ଶ୍ରୀଯୁକ୍ତ ଅଣ୍ଡିଆ ଙ୍କୁ ସହଧର୍ମିଣୀ ଶ୍ରୀମତୀ ଅଖଜୀ ସାହୁ ଙ୍କ ସହ ଅଙ୍ଗବସ୍ତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଉପଢୌକନ ଦେଇ ଶୁଭେଚ୍ଛା ଜଣାଇଥିଲେ।କାର୍ଯ୍ୟକ୍ରମ ରେ କରଞ୍ଜିଆ କୃଷି ଜିଲ୍ଲାର ପ୍ରାୟ ୩୦ ଜଣ କ୍ଷେତ୍ର କର୍ମଚାରୀ ,କୃଷକ ସାଥୀ, ATMA ର କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଶ୍ରୀଯୁକ୍ତ ଅଣ୍ଡିଆ ଙ୍କୁ ସମ୍ମାନ ଜଣାଇଥିଲେ।

କରଞ୍ଜିଆ:-(ରିପୋର୍ଟ:ଦୀନେଶ କୁମାର)

Leave a Reply

Your email address will not be published. Required fields are marked *