ଆଡମ୍ବରରେ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ କାର୍ଯ୍ୟକ୍ରମ।

ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥ‌ିବା ଶିଶୁ ମାନଙ୍କ ର ଅନ୍ତର୍ନିହିତ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ପ୍ରୟାସ କରାଯାଇ ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ଉତ୍ସାହ’ ଓ ‘ମହକ’ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ବାରିପଦା ସ୍ଥିତ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବାବେଳେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୟ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ ।

ଜିଲ୍ଲାପାଳ ଶ୍ରୀଯୁକ୍ତ ସୟ ପିଲାମାନଙ୍କୁ ପ୍ରେରଣାତ୍ମକ ବାର୍ତା ଦେବା ସହିତ ସେମାନେ କିପରି ନିଜର ଭବିଷ୍ୟତ ଗଠନ କରି ଆଗକୁ ଯାଇ ପାରିବେ ସେ ସମ୍ପର୍କରେ ମାର୍ଗଦର୍ଶନ ଦେବାସହ ଉତ୍ସାହିତ କରିଥିଲେ। ଉକ୍ତ ଅବସରରେ ଶିଶୁ ମଙ୍ଗଳସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ଘଡେଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧ୍ବକାରୀ ଶ୍ରୀଯୁକ୍ତ ଶଶୀଧର ସିଂ, ମୟୁରଭଞ୍ଜ କ୍ରୀଡାସଂଗଠନ ର ସଚିବ ଶ୍ରୀଯୁକ୍ତ ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଲତ ଚନ୍ଦ୍ରକାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଂଙ୍କୁ, ORMAS ର ଡେପୁଟି CEO ଶ୍ରୀଯୁକ୍ତ ବିମାନ ମଲ୍ଲ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରି ବିଭିନ୍ନ ଉପଦେଶ ମୂଳକ ବାର୍ତ୍ତା ଦେଇଥିଲେ ।

ଜିଲ୍ଲାର ସମସ୍ତ ଶିଶୁ ଗୃହ ରେ ରହୁଥ‌ିବା ପିଲାମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଉତ୍ସାହ କାର୍ଯକ୍ରମ ଅଧୀନରେ ଦୌଡ, ଚେସ, କ୍ୟାରୋମ, ହାଇ ଜମ୍ଫ, ଲଙ୍ଗ ଜମ୍ପ ଏବଂ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥ‌ିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାମାନଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍ତୀର୍ଣ ପିଲାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧ୍ବକାର କରିଥିବା ବିଜେତା ମାନେ ରାଜ୍ୟସ୍ତରରେ ଅନୁଷ୍ଠିତ ହେଉଥ‌ିବା ଉତ୍ସାହ କାର୍ଯକ୍ରମରେ ଭାଗ ନେବେ ଏବଂ ରାଜ୍ୟ ସ୍ତରରେ ଉତ୍ତୀର୍ଣ ପିଲା ମାନେ କେନ୍ଦ୍ର ସ୍ତରୀୟ ଉତ୍ସାହ ରେ ଭାଗ ନେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।ଅନ୍ୟପଟେ ମହକ କାର୍ଯ୍ୟକ୍ରମ ମାଧ୍ୟମରେ ଚିତ୍ରାଙ୍କନ, ନାଚ, ଗୀତ, ବକ୍‌ତୃତା ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ଉତ୍ତୀର୍ଣ ହୋଇଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧୁକାର କରିଥିବା ପିଲାମାନଙ୍କୁ ମଧ୍ୟ ବିଶେଷ ସମ୍ମାନିତ କରାଯାଇଥିଲା। ସେହିପରି ଉତ୍ତୀର୍ଣ ପିଲାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତା ମାନେ ରାଜ୍ୟସ୍ତରରେ ଅନୁଷ୍ଠିତ ହେଉଥ‌ିବା ମହକ କାର୍ଯକ୍ରମରେ ଭାଗ ନେବେ ।

ଏହି କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ(ଆନୁଷ୍ଠାନିକ ସେବା) ଶ୍ରୀଯୁକ୍ତ ମଧୁସୂଦନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।।ଉକ୍ତ କାର୍ଯ୍ୟକ୍ରମକୁ ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତା ମୟୀ ବିଶ୍ବାଳ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ କୁ ସୁଚାରୁ ରୂପରେ ସମ୍ପାଦନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ( ଅଣଆନୁଷ୍ଠାନିକ ସେବା) ଶ୍ରୀ ଅମର କୁମାର ଦେ,ପରାମର୍ଶଦାତା ଶ୍ରୀ ଦିଲୀପ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ବ୍ରଜ କିଶୋରେ ଖୁଣ୍ଟିଆ, ନରେନ୍ଦ୍ର ନାଥ ସି, ସଞ୍ଜୟ କୁମାର ନାଏକ, ଶଙ୍କର ଚନ୍ଦ୍ର କର, ଶାନ୍ତିଦେବ ସାମଲ, ସଂଜୀପ କୁମାର ନାଥ, ଚନ୍ଦ୍ରଶେଖର ମହାପାତ୍ର, ଅଜିତ କୁମାର ଦେ,ଚାଇଲ୍ଡ ଲାଇନ ର ସଂଯୋଜକ ରଶ୍ମିତା ପରିଡା, ବିଷ୍ଣୁପ୍ରିୟ ବେହେରା, ତପସ୍ବିନୀ ନାୟକ, ମଧୁସ୍ମିତା ମହାନ୍ତ ପ୍ରମୁଖ ଶକ୍ରିୟ ସହଯୋଗ କରିଥିଲେ ।

କରଞ୍ଜିଆ:-(ରିପୋର୍ଟ:ଦୀନେଶ କୁମାର)

Leave a Reply

Your email address will not be published. Required fields are marked *