ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି କଟକ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ମହା ନିର୍ଦ୍ଦେଶକ ଶ୍ରୀ ଅସିତ୍ କୁମାର ପାଣିଗ୍ରାହୀ, ଆରକ୍ଷୀ ଅଧିକ୍ଷକ, ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଅନ୍ୟାନ୍ୟ ବଶିଷ୍ଠ ଅଧିକାରୀ ତଥା ଷ୍ଟେଟ ବ୍ୟାଙ୍କ୍ ଅଧିକାରୀଙ୍କ ଉପସ୍ଥିତିରେ ପତାକା ଦେଖାଇ ଶୋଭାଯତ୍ରର ଶୁଭାରମ୍ଭ କରିଥିଲେ । ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ଯୋବ୍ରା ଆନିକୋଟ ଛକ ଠାରୁ ୧୫୦୦ପାଖାପାଖି ବିଭିନ୍ନ ବିଦ୍ୟଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କଦ୍ଵାରା ଦୁର୍ନୀତି ନିବାରଣ ସ୍ଲୋଗାନ ସହ ଏକ ଶୋଭାଯାତ୍ରା ବାହାରି ରେଭେନ୍ସା ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।

ସୂଚନାଯୋଗ୍ୟ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଆସନ୍ତା ନଭେମ୍ବର ୨ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷ ଠାରେ ଏକ ସାଧାର ସଭା ଆୟୋଜନ କରାଯିବ ।
ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, କଟକ