କରଞ୍ଜିଆ ଠାରେ ଉପଜିଲ୍ଲାପାଳ ଙ୍କ ନେତୃତ୍ୱରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

କରଞ୍ଜିଆ:- (ରିପୋର୍ଟ:ଦୀନେଶ କୁମାର) ମୁଖ୍ୟ ନିର୍ବାଚନ କମିଶନ ଭାରତ ଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଦେଶରେ ଅକ୍ଟୋବର ୨୮ତାରିଖ କୁ ଭୋଟର ସଚେତନତା ଦିବସ ରୁପେ ପାଳନ କରାଯିବା ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ କମିଶନ ଓଡ଼ିଶା ଆନୁକୁଲ୍ୟରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରେମାଂଶୁ ଚାନ୍ଦ ଙ୍କ ନେତୃତ୍ୱରେ ଉକ୍ତ ଦିବସ ରେ ସଂକ୍ଷିପ୍ତ ଭୋଟରତାଲିକା ସଂଶୋଧନ ୨ ନିମନ୍ତେ ସଚେତନତା କରାଯାଇଛି।

ସକାଳ ୮.୩୦ରେ ସଚେତନତା ପଦସୋଭାଯାତ୍ରା କୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଚାନ୍ଦ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ବିଭିନ୍ନ ସଂଦେଶ ପତ୍ର ଏବଂ ସ୍ଲୋଗାନ ମାଧ୍ୟମ ରେ ଜନସାଧାରଣ ଙ୍କୁ ଭୋଟଦାନ ମାଧ୍ୟମ ରେ ନିଜର ଅଧିକାର ଏବଂ ଭୋଟରତାଲିକା ସଂଶୋଧନ ନିମନ୍ତେ ସୂଚନା ଦିଆଯାଇଛି।

ଉକ୍ତ ପଦସୋଭାଯାତ୍ରା ରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଚାନ୍ଦ ଙ୍କ ସହ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରକାଶ କୁମାର ଦାସ, ରଶ୍ମିତା ଜେନା,ସହକାରୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ ସେଠୀ ପ୍ରମୁଖ ଙ୍କ ସହ ସରକାରୀ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ,ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଶାମିଲ ହୋଇଥିଲେ ପରେ ରାଜସ୍ୱ ବିଶ୍ରାମାଗାର ନିକଟସ୍ଥ ମଞ୍ଚ ରେ ସହରର ସୁନାମଧନ୍ୟ ନୃତ୍ୟ ଅନୁଷ୍ଠାନ ର କଳାକାର ଙ୍କ ଦ୍ଵାରା ମତଦାନ ସଚେତନତା ବାବଦରେ ନୃତ୍ୟ ପରିବେଷଣ କରାଯାଇଥିଲା।

ନୃତ୍ୟକଳାକାର ଙ୍କୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଚାନ୍ଦ୍ ପୁରସ୍କୃତ କରି ଉତ୍ସାହିଥ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ବରିଷ୍ଠ ସେକ୍ସନ ଅଫିସର ଶ୍ରୀ ଦୀନେଶ କୁମାର ସାହୁ,ଧିରେନ କୁମାର ଭୋଇ, ବରିଷ୍ଠ ରେଭିନ୍ୟୁ ସହକାରୀ ଶ୍ରୀ ଦିଲୀପ କୁମାର ପଲେଇ, ସହକାରୀ ଶ୍ରୀ ସୁମେଶ କୁମାର ମହାନ୍ତ , ଶ୍ରୀ ରାଜେନ୍ଦ୍ର ଚୌଧୁରୀ ପ୍ରମୁଖ ଆୟୋଜନ ଏବଂ ପରିଚାଳନା କରିଥିବା ବେଳେ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ନୀହାର ରଞ୍ଜନ ସେଠୀ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଅନେକ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ହୋଇଥିଲେ।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *