କିଛି ଦିନ ପୁର୍ବେ ରାଜଗାଙ୍ଗପୁର ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ କିଛି ପୋୖରପାଳିକା ଅଧିକାରୀ ଓ କାଉନସିଲର ଙ୍କ ଉପସ୍ଥିତି ରେ ରାଜଗାଙ୍ଗପୁର ପୁର୍ତ୍ତ ବିଭାଗ ପକ୍ଷରୁ ନିଜସ୍ଵ ଜମି ଉପରେ କାନ୍ଥ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ପାର୍କିଂ ସମସ୍ୟା କୁ ନେଇ ପୈରପାଳିକା ପକ୍ଷରୁ ଉକ୍ତ ସ୍ଥାନରେ ପହଞ୍ଚି ଘୋର ବିରୋଧ କରିବା ସହ କାର୍ଯ୍ୟ ବନ୍ଦ କରିଦେଇ ଥିଲେ ଉକ୍ତ ଘଟଣାକୁ କେନ୍ଦ୍ର କରି ପୋୖରପାଳିକା,ପୁର୍ତ୍ତ ବିଭାଗ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ପୁର୍ତ୍ତ ବିଭାଗ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ସାହୁ ପୋୖରପାଳିକା ର କାମକୁ ନା ପସନ୍ଦ କରିଥିଲେ ଏବଂ ଯଥାଶୀଘ୍ର ନିଜସ୍ଵ ଜମି ଉପରେ କାନ୍ଥ କାର୍ଯ୍ୟ ଆରମ୍ଭ କରିବାକୁ ଠିକେଦାର ଙ୍କୁ ନିର୍ଦେଶ ଦେବାପରେ ଠିକାକାମ ପାଇଥିବା ଠିକାଦାର ଙ୍କ ଉପସ୍ଥିତି ରେ କାନ୍ଥ କାମ ହେଉଥିବା ପରିଲକ୍ଷିତ ହୋଇଛି। ଉକ୍ତ ଘଟଣାକୁ କେନ୍ଦ୍ର କରି ପୁର୍ତ୍ତ ବିଭାଗ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ସାହୁ ପ୍ରକାଶ କରି କହିଥିଲେ ସରକାରୀ ଜମି କାହାରିକୁ ଏକ ଇଞ୍ଚ ଦିଆଯିବ ନାହଁ। ଆଜି କାନ୍ଥ କାମ ସୁରୁଖୁରୁରେ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି।
