ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ ତଥା ମୂଲ୍ୟାୟନ କରିବା ନିମନ୍ତେ ଦୁଇଦିନିଆ ଗ୍ରସ୍ତ ରେ ପହଞ୍ଚିଲେ ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ମାନ୍ୟତା ପରିଷଦ ,ନାକ୍ ଟିମ୍।ଆଜି ସକାଳ ୯ଟା ୩୦ ମିନିଟ ସମୟରେ ଉକ୍ତ ଦଳ ମହାବିଦ୍ୟାଳୟ ଠାରେ ପହଞ୍ଚି ଥିଲେ।ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୋଗେଶ୍ୱର ମହାନ୍ତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଛାତ୍ରଛାତ୍ରୀ,ଅଧ୍ୟାପକ ଅଧ୍ୟପିକା ,ଏନସିସି,ସ୍କାଉଟ ର ଛାତ୍ରଛାତ୍ରୀ ମହାହାବିଦ୍ୟାଳୟ ଫାଟକ ଠାରେ ଉପସ୍ଥିତ ରହି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।

ନାକ୍ ଦଳର ଚେୟାରପର୍ଶନ ଭାବେ ପ୍ରଫେସର ଡକ୍ଟର ଧନଞ୍ଜୟ ମାଡିରାଜା, ସଂଯୋଜକ ଭାବେ ପ୍ରୋଫେସର ଡକ୍ଟର ବିବେକ ମିଶ୍ରା,ଏବଂ ସଦସ୍ୟ ପ୍ରଫେସର ଡକ୍ଟର ଶ୍ରୀଧର ଡି ସାଲୁଙ୍କେ ପ୍ରମୁଖ ପହଞ୍ଚି ଛନ୍ତି।
ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଅଧ୍ୟାପକ ଶ୍ରୀ ମନୋଜ କୁମାର ସାହୁ,ସତ୍ୟବ୍ରତ ସାହୁ,ଅବନୀକାନ୍ତ ଦାସ, ପ୍ରିୟବ୍ରତ ସିନ୍ହା, ସମରେନ୍ଦ୍ର ଦାସ,ଉପେନ୍ଦ୍ର ମହାନ୍ତ,ଶିପୂନ ଦାସ ଅଧ୍ୟପିକା ଗୀତାଞ୍ଜଳୀ ବିର୍ତ୍ତିଆ,ମମତା ସାମଲ, ଐଶର୍ଯ୍ୟା ଆଚାର୍ଯ୍ୟ ,ପଦ୍ମୀନି ରାମ ପ୍ରମୁଖ ଆୟୋଜନ କରିଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟପିକା ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।ତେବେ ନାକଦଳ ଦୁଇଦିନ ଧରି ମହାବିଦ୍ୟାଳୟ ର ସମସ୍ତ ବ୍ୟବସ୍ଥା ଓ ବିଭାଗ କୁ ପରିଦର୍ଶନ କରିବା ସହ ଏହାର ମୂଲ୍ୟାଙ୍କନ କରିବା ର କାର୍ଯ୍ୟକ୍ରମ ରହିଥିବା ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନ୍ତ ସୂଚନା ଦେଇଛନ୍ତି।
କରଞ୍ଜିଆ:-(ରିପୋର୍ଟ:ଦୀନେଶ କୁମାର)