ରାଜଗାଙ୍ଗପୁର। ସମାଜ ତଥା ଯୁବ ବର୍ଗଙ୍କ ପ୍ରରଣା ରାଜେଶ ବାର୍ଲା।

ରାଜଗାଙ୍ଗପୁର ଅଞ୍ଚଳର ଘୋଗର ଗ୍ରାମର ବାସିନ୍ଦା ରାଜେଶ ବାର୍ଲା ବୟସ ୭୧ ପେଶାରେ ଖବରକାଗଜ ହକର ପ୍ରତିଦିନ ସକାଳ ୩ଟା ସମୟରେ ଉଠି ନିତ୍ୟକର୍ମ ସାରି ରାଣିବନ୍ଧ ବସ୍ ଷ୍ଟାଣ୍ଡ ଠାରେ ବସ୍ ରୁ ଆସିଥିବା ବିଭିନ୍ନ ଖବରକାଗଜ ସଂଗ୍ରହ କରିବା ପରେ ସାଇକେଲ ଯୋଗେ ଘରକୁ ଘର, ସରକାରୀ,ବେ ସରକାରୀ ଅଫିସ୍, ହୋଟେଲ ଢ଼ାବା ବୁଲି ବୁଲି ଖବରକାଗଜ ବାଣ୍ଟି ଥାନ୍ତି।

ପ୍ରାୟ ୨୩ ବର୍ଷ ଧରି ଉକ୍ତ କାମକରୁଥିବା ତଥା ଖରା, ବର୍ଷା, ଶୀତ କାକର କୁ ଭ୍ରୁକ୍ଷେପ ନକରି ନିତିଦିନିଆ ନିଜ କାମ ସାରି ଘର ପରିବାର ପାଇଁ ଦି ପଇସା ନେଇଥାନ୍ତି ଏବଂ ପ୍ରତିମାସର ଶେଷରେ ବିଲ ଦେଇ ଗ୍ରାହକଙ୍କ ଠାରୁ ଟଙ୍କା ଆଦାୟ କରିବାପରେ କମିଶନ ଆକାରରେ ରୋଜଗାର କରନ୍ତି।

Leave a Reply

Your email address will not be published. Required fields are marked *