କରଞ୍ଜିଆ କୁ ରେଳପଥ ସଂଯୋଗ ଦାବିରେ ପୁଣି ଜାତୀୟ ରାଜପଥ ଅବରୋଧ ପାଇଁ ନିଷ୍ପତ୍ତି |

କରଞ୍ଜିଆ:-(ରିପୋର୍ଟ:ଦୀନେଶ କୁମାର) ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଳପଥ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀକାଳୀନ ବୈଠକ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ସଞ୍ଜୟ କୁମାର ସାହୁ ଙ୍କ ସଭାପତିତ୍ବରେ ସ୍ଥାନୀୟ କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ରବିବାର ଦିନ ଅପରାହ୍ନ ୩ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆଗାମୀ ନଭେମ୍ବର ୫ ତାରିଖରେ ଦିଆ ଯାଇଥିବା କରଞ୍ଜିଆ ବନ୍ଦ୍ ଡାକରାକୁ ବାତିଲ୍ କରି ଆଗାମୀ ଦିନରେ ପୁଣି ଜାତୀୟ ରାଜପଥ ଅବରୋଧ କରିବାକୁ ନିଷ୍ପତ୍ତି ନିଆ ଯାଇଛି ।କରଞ୍ଜିଆରେ ଥିବା ସମସ୍ତ ସଂଗଠନର କାର୍ଯ୍ୟକର୍ତ୍ତା, ସମସ୍ତ ରାଜନୈତିକ ଦଳ, ସ୍ବେଛାସେବୀ, ସମାଜସେବୀ, କ୍ଲବ ଓ ସଂଘର ସକ୍ରିୟ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଆଗାମୀ ଦିନରେ ଆଉ ଗୋଟିଏ ବୈଠକରେ ଜାତୀୟ ରାଜପଥ ଅବରୋଧ ପାଇଁ ଦିନ ଓ ଅବଧି ଧାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ବୈଠକ ଅବସରରେ କରଞ୍ଜିଆ ରେଳପଥ କ୍ରିୟାନୁଷ୍ଠାନ କମିଟି ର ସମ୍ପାଦକ ଶ୍ରୀ ସଚ୍ଚିଦାନନ୍ଦ, ବିନୟ ଦାସ, ବସନ୍ତ ରଣା, ସିଦ୍ଧାର୍ଥ ରାୟ, ମୃତ୍ୟୁଞ୍ଜୟ ଶତପଥି, ସୁବାଷ ହେମ୍ବ୍ରମ୍, ବସନ୍ତ ରଣା, ଲଳିତ କୁମାର ମହାନ୍ତ,ଭୀମସେନ ପାତ୍ର,ପରିମଳ ବେହେରା, ଆଇନଜୀବୀ ସୁଦର୍ଶନ ବେହେରା ଓ କବି ହରେକୃଷ୍ଣ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।ତେବେ ଜାତୀୟ ରାଜପଥ ଅବରୋଧ ପୂର୍ବରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ପରିଶେଷରେ ସମ୍ପାଦକ ଶ୍ରୀ ସଚ୍ଚିଦାନନ୍ଦ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *