କଡା ତାଗିଦ ସହ ନିଜେ ଉପସ୍ଥିତ ରହି ରାସ୍ତା ମରାମତି କରାଇଲେ ମନ୍ତ୍ରୀ ଗଣେଶ ରାମସିଂ।

କରଞ୍ଜିଆ:-, (ରିପୋର୍ଟ:-ଦୀନେଶ କୁମାର) ମୁମ୍ବାଇ କଲିକତା ୫୬ନମ୍ବର ଜାତୀୟ ରାଜପଥ ବର୍ତ୍ତମାନ ସ୍ଥିତି ଯାହାକି ଯଶିପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟିହୋଇ ବାରମ୍ଵାର ଦୁର୍ଘଟଣା ଘଟିବା ର କାରଣ ହୋଇଥିବା ବେଳେ ବେଳେ ଖରାବେଳେ ଧୂଳିମୟ ପରିବେଶ ହୋଇ ପରିବେଶ ପ୍ରଦୂଷିତ ହେବା ସହିତ ସାଧାରଣ ଜନତା ଯାତାୟାତ ପାଇଁ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।ତେବେ ଉକ୍ତ ରାସ୍ତା ଦେଇ ଯଶିପୁର ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମସିଂ ଖୁଣ୍ଟିଆ ବାତ୍ୟା ଅଞ୍ଚଳ ପରିଦର୍ଶନରେ ଯିବା ସମୟରେ ବାତ୍ୟା ପରେ ଲଗାଣ ବର୍ଷାରେ ରାସ୍ତା ମରଣଯନ୍ତା ପାଲଟିଥିବା ଦେଖ୍ ଫୋନ ଯୋଗେ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ରାସ୍ତା ମରାମତି ନିମନ୍ତେ ନିର୍ଦେଶ ଦେଇଥିଲେ ।

ତେବେ ସନ୍ଧ୍ୟା ସମୟରେ ମନ୍ତ୍ରୀ ଶ୍ରୀଯୁକ୍ତ ଖୁଣ୍ଟିଆ ପ୍ରତକ୍ଷ ଉପସ୍ଥିତ ଥାଇ ରାସ୍ତା ମରାମତି ଆରମ୍ଭ କରିଥିଲା ଠିକା ସଂସ୍ଥା ଶ୍ରୀଦୁର୍ଗା କନଷ୍ଟ୍ରକସନ ।ମନ୍ତ୍ରୀ ନିଜ ସହଯୋଗୀଙ୍କ ସହ ମରାମତି କାମର ତଦାରଖ କରୁଥିବା ଦେଖିବାକୁ ମିଳିଥିଲା ।

ଏସମ୍ପର୍କ ରେ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରେ ଯେତେଦିନ ପର୍ଯ୍ୟନ୍ତ ବାଇପାସ ରାସ୍ତା ନିର୍ମାଣ ନହୋଇଛି ରାସ୍ତା ସମସ୍ୟା ରହିବ ମାତ୍ର ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା କୁ ବର୍ତମାନ ରାସ୍ତା କୁ ଫେବର ବ୍ଲକ ପକାଇ ରାସ୍ତାକୁ ଯୁଦ୍ଧକାଳୀନ ଭିଭିରେ ମରାମତି କରି ଯାତାୟାତ ଉପଯୋଗୀ କରିବାକୁ ନିର୍ଦେଶ ଦେବାସହ ଠିକା ସଂସ୍ଥା ଉପରେ ଅସୋନ୍ତୋଷ ପ୍ରକାଶ କରି ମରାମତି କାର୍ଯ୍ୟ କୁ ସଠିକ ଭାବେ କରିବା ନିମନ୍ତେ ତାଗିଦ କରିଥିଲେ।

ତେବେ କିଛି ଆଇନଗତ ସମସ୍ୟା ର ସମାଧାନ ପରେ ଲୋକମାନ କ୍ଷତିପୂରଣ ପାଇବା ସହ ବାଇପାସ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *