ମୟୂରଭଞ୍ଜ ମହୋତ୍ସବ କରଞ୍ଜିଆ ଶାଖା ର ଆଲୋଚନା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କରଞ୍ଜିଆ:-(ରିପୋର୍ଟ:ଦୀନେଶ କୁମାର) ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦା ଠାରେ ପ୍ରତ୍ୟେକ ବର୍ଷ ପାଳନ କରାଯାଉଥିବା ବୃହତ ତଥା ପ୍ରସିଦ୍ଧ ମୟୂରଭଞ୍ଜ ମହୋତ୍ସବ ର ସପ୍ତମ ବର୍ଷ ମହୋତ୍ସବ ପାଳନ କୁ ସଫଳ ଏବଂ ସୁବ୍ୟବସ୍ଥିତ ଭାବେ ପରିଚାଳନାକରିବା ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୈଠକ କରାଯିବା

ପରିପ୍ରେକ୍ଷୀରେ ରବିବାର ଦିନ ଜିଲ୍ଲାର ଉପଖଣ୍ଡ ଶାଖା କରଞ୍ଜିଆ ଠାରେ ଦିନ ୧୧ ଘଟିକା ସମୟ ରେ ସ୍ଥାନୀୟ ଏନ ଏ ସି ସମ୍ମିଳନୀ ଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।କମିଟି ଉପସଭାପତି ଶ୍ରୀ ଚନ୍ଦ୍ରକୁମାର ଶ୍ୟାମଳେନ୍ଦୁ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା କମିଟି ଅଧ୍ୟକ୍ଷ ବରିଷ୍ଠ ଅଭିନେତା ଶ୍ରୀଯୁକ୍ତ ଅଶିତ ପତି, ପରିଚାଳନା ସମ୍ପାଦକ ଶ୍ରୀ ରାକେଶ କୁମାର ସିଂ,ପ୍ରୋଗ୍ରାମ ଏକ୍ଜିକ୍ୟୁଟିଭ ଶ୍ରୀ ତାପସ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।

ବୈଠକରେ ରାକେଶ ସିଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାସହ ଶ୍ରୀଯୁକ୍ତ ପାଢୀ କାର୍ଯ୍ୟକ୍ରମ ର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ଶୀଯୁକ୍ତ ଗୋପାଲ ଅଗ୍ରୱାଲ, ଭୂବନବିହାରୀ ସାହୁ,ଏନ ଏସି ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, କର୍ଣାର୍ଜୁନ ସାହା,ସମିର ଓତା ପ୍ରମୁଖ ଙ୍କ ସହ ଅନେକ ସଂଖ୍ୟା ରେ ସଦସ୍ୟ ସଦସ୍ୟା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ସୁଚିନ୍ତିତ ମତାମତ ରଖିଥିଲେ।

କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶିତ ପତି ସମସ୍ତ ମତାମତ ଉପରେ ଆଲୋଚନା କରି ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେବାସହ କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ କାର୍ଯ୍ୟକ୍ରମ ରେ ଅନେକ ସଂଖ୍ୟା ରେ ଯୋଗଦାନକରି ସହଯୋଗ ନିମନ୍ତେ ନିମନ୍ତ୍ରଣ କରିଥିଲେ।

Leave a Reply

Your email address will not be published. Required fields are marked *