ବର୍ଷା ରେ ଆଶ୍ରୟ ସ୍ଥଳୀ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ।

କରଞ୍ଜିଆ ( ରିପୋର୍ଟ:ଦୀନେଶ କୁମାର )ସମ୍ଭାବ୍ୟ ବାତ୍ୟା “ଦାନା” ର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ରରାଜ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ର ସହ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ମୟୁରଭଞ୍ଜଜିଲ୍ଲା ରେ ମଧ୍ୟ ବିଭିନ୍ନ ବ୍ଲକ ମାନଙ୍କ ରେ କଚ୍ଚା ଘର ମାନଙ୍କ ରେ ରହୁଥିବା|

ଲୋକଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ କୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ।ତେବେ ଏନେଇ ଯଶିପୁର ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ବର୍ଷା ସତ୍ତ୍ୱେ ଯଶିପୁର ବ୍ଲକର ଯଶିପୁର, ମହାର୍ଦ୍ଧାପଳସା, ଚାକିଡ଼ି, ବାଉଁସୁଳି, ରରୁଆଁ ବ୍ଲକର ଭଂଜକିଆ, ଟାକୁଡିପାଳ, ରରୁଆଁ ପଞ୍ଚାୟତ ର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ଲୋକଙ୍କ ସହିତ ଆଲୋଚନା କରିବା ସହିତ ଲୋକଙ୍କ ନିମନ୍ତେ ହୋଇଥିବା ବ୍ୟବସ୍ଥା ର ତଦାରଖ କରିବାସହ ଲୋକଙ୍କୁ ପ୍ରଶାସନ ସହିତ ସହଯୋଗ କରି ବାକୁ ନିବେଦନ କରିଛନ୍ତି ।

ଅନ୍ୟପଟେ ଆଶ୍ରୟସ୍ଥଳରେ ଥିବା ବୃଦ୍ଧ, ବୃଦ୍ଧା, ଶିଶୁ ଓ ଅନ୍ୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ଯଶିପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ବିଜେପି କାର୍ଯ୍ୟକର୍ତା ଓ କର୍ମୀ ଙ୍କୁ ପ୍ରସ୍ତୁତ ରହି ଆବଶ୍ୟକ ସ୍ଥଳେ ପ୍ରଶାସନ କୁ ସ୍ବେଛାସେବୀ ଭାବେ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।

ମନ୍ତ୍ରୀ ଙ୍କ ଏହି ପରିଦର୍ଶନ ସମୟ ରେ ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ବିପିନ ବିହାରୀ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଜୟଦ୍ରଥ ଗିରି, ବାଜୁରାମ ସିର୍କା, କାଳିଚରଣ ନାଏକ, ରବୀନ୍ଦ୍ର ବେହେରା, ଦୟାନିଧି ବେହେରା, ଦେବେନ୍ଦ୍ର ବାରିକ, ରରୁଆଁ,ଶୁକୃଳି,ଯଶିପୁର ବ୍ଲକ ର ସମସ୍ତ ମଣ୍ଡଳ ସଭାପତି ଙ୍କ ସହିତ ରରୁଆଁ, ଶୁକୃଳି, ଯଶିପୁର ବିଡିଓ ଓ ତହସିଲଦାର ରରୁଆଁ ଏବଂ ଯଶିପୁର ଥାନା ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *