ରାଜଗାଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସତ୍ୟଜିତ ସାମଲଙ୍କ ତତ୍ବାବଧାନରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାବୁଡ଼ି ଓ ସିଂଘାପଡା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣ ଚୋରା ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରିବା ସହ ୬୧ ଲିଟର ଦେଶୀମଦ ଜବତ କରି ଓଡ଼ିଶା ଅବକାରୀ ଧାରା ଅନୁସାରେ କେସ ନଂ ୧୭୨,୧୭୩,୧୭୪,୧୭୫ /୨୦୨୪/୨୦୨୫ ମାମଲା ରୁଜୁ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।୪ ଅଭିଯୁକ୍ତ ଙ୍କ ମଧ୍ୟରୁ ବିଚାରପତି ୧ଜଣକୁ ବେଲ୍ ଦେଇ ୩ ଜଣକୁ ଜେଲ୍ ପଠାଯାଇଥିଲା
