ଆଜି ସକାଳ ୭ ଘଟିକା ସମୟରେ ରାଜଗାଙ୍ଗପୁର ବିଧାନସଭା ଅନ୍ତର୍ଗତ କୁତ୍ରା ଛକଠାରେ ବିଜୁ ରାଜ୍ୟ ରାଜପଥ ରେ ସୁନ୍ଦରଗଡ଼ ରୁ ରାଜଗାଙ୍ଗପୁର ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରକ ନଂ OR 16 E 4368 ଗାଡ଼ ର ଚାଳକ ଟ୍ରକ ରୁ ଭାରସାମ୍ୟ ହରାଇ ରାସ୍ତା କଡ଼ ଡିଭାଇଡର ରେ ପିଟି ହୋଇ ହୋଇ ଦୁର୍ଘଟଣା ଘଟି ଗାଡ଼ିର ସାମୁଖ୍ୟ ଭାଗ ଓ ଡିଭାଇଡର କ୍ଷତିଗ୍ରସ୍ତ ହୋଇଥିବା ପରିଲକ୍ଷିତ ହୋଇଛି।

ସୁଚନା ପାୟୀ ରାଜ୍ୟ ରାଜପଥ ଦାଇତ୍ୱ ରେ ଥିବା ଅଧିକାରୀ ହଳଧର ମହାନ୍ତ ଓ କୁତ୍ରା ପୋଲିସ ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ କରିଥିଲେ।ପୋଲିସ ଆସିବା ପୂର୍ବରୁ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। କାହାର କୈାଣସି କ୍ଷତି ହୋଇନଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି। ତଦନ୍ତ ଜାରି ରହିଛି।