ରାଜଗାଙ୍ଗପୁର ରେଳ ଷ୍ଟେସନ ର ନୂତନ ପାଦଚଲା ଓଭର ବ୍ରିଜ ତଳକୁ ବେଆଇନ ଅଟୋ ପାର୍କିଂ ପାଇଁ ରାଜଗାଙ୍ଗପୁର ପୈରପାଳିକା ପକ୍ଷରୁ ସେଠାରେ ଛିଡ଼ା ହୋଇଥିବା ୭ ଟି ଅଟୋ ଚାଳକ ଙ୍କୁ ଫାଇନ କରିବା ବିରୋଧ ରେ ରାଜଗାଙ୍ଗପୁର ଅଟୋ ସଂଘ ପକ୍ଷରୁ ଏହାର କଡ଼ା ବିରୋଧ କରି ପୈରପାଳିକା ଘେରାଉ କରି ନ୍ୟାୟ ମାଗିଥିଲେ ଉକ୍ତ ଘଟଣାକୁ କେନ୍ଦ୍ର କରି ସେଠାରେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଁଚି ଥିଲେ ।

ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ ଅଟୋ ସଂଘର କିଛି ମାଳିକ ଓ ଚାଳକ ଙ୍କ ସହ କଥାବାର୍ତ୍ତା ଜରିଆରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ପରେ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।