କରଞ୍ଜିଆ:-ମୟୂରଭଞ୍ଜ (ରିପୋର୍ଟ:ଦୀନେଶ କୁମାର) ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ୨୦୨୪ ପାଳନ ପରିପ୍ରେକ୍ଷୀରେ NRCWD ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରାଜଧାନୀ ଭୂବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମ୍ମାନିତ ଅତିଥି ଭାବେ ଓଡିଶା ବିଧାନସଭା ର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ,ମାନ୍ୟବର ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗୋଣ୍ଡ ଏବଂ ମାନ୍ୟବର ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।
ଉକ୍ତ ଅବସରରେ ରାଜ୍ୟର ବରିଷ୍ଠ ତଥା ବିଶିଷ୍ଟ ତଥା କଳାଜଗତରେ ସୁନାମ ଅର୍ଜନ କରିଥିବା ଗୁରୁ ଏବଂ କଳାକାର ତଥା ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଗାରିମାମୟ କରିଥିଲେ।ତେବେ ଏ ପରିପ୍ରେକ୍ଷିରେ ରାଜ୍ୟର ବିଭିନ୍ନ ସ୍ଥାନ ରୁ ସୁନାମଧନ୍ୟ କଳାକାର ତଥା ଶିକ୍ଷାର୍ଥୀ ମାନେ ଯୋଗ ଦେଇ ନିଜର କଳା ପରିବେଷଣ କରିବା ଅବସରରେ ଗୁରୁ ପ୍ରଫେସର ଡ: ମନୋଜ କୁମାର ବେହେରା ଏବଂ ଗୁରୁ ଭାଗ୍ୟଶ୍ରୀ ସୁମନା ଓତା ଙ୍କ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ରେ ନୃତ୍ୟ ଶିକ୍ଷା ହାସଲ କରିଥିବା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ର ଅଗ୍ରଣୀ ତଥା ସୁନାମଧନ୍ୟ ନୃତ୍ୟାନୁଷ୍ଠାନ “ନୃତ୍ୟଶ୍ରୀ” ର କଳାକାର ସୁଶ୍ରୀ ମନିଷା ସାହୁ,ଚିତ୍ରାକ୍ଷୀ ସାହୁ,ଟିକି ବାଗଚାମ୍ପିଆ, ତନିଷା ସାହୁ,ସୁଭଦ୍ରା ପ୍ରିୟଦର୍ଶୀନୀ ,ହେମାଙ୍ଗୀନି, ରୂପେଲୀ ମହାନ୍ତ ପ୍ରମୁଖ ଙ୍କ ସହ ଅନ୍ୟକଳାକାର ମାନେ ଓଡିଶୀ ,ଧେମସା ,ବିହୂ ଆଦି ଲୋକପ୍ରିୟ ନୃତ୍ୟ ଖୁବ ନିପୁଣତାର ସହ ପରିବେଷଣ କରି ଅତିଥିଗଣ ଙ୍କ ଠାରୁ ଉଚ୍ଚପ୍ରଶଂସିତ ହେବା ସହ ଦର୍ଶକ ଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।କରଞ୍ଜିଆ ନୃତ୍ୟଶ୍ରୀ କଳାକାର ଙ୍କ ଏହି ସଫଳତା ପାଇଁ ଅଞ୍ଚଳରେ କଳାପ୍ରେମୀ ଓ ଅଭିଭାବକ ମାନେ ପ୍ରଶଂସା ର ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
ଏନେଇ ନୃତ୍ୟଶ୍ରୀ ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ସମିର ଓତା ଗୁରୁ ଡ: ମନୋଜ ବେହେରା, ଭାଗ୍ୟଶ୍ରୀ ଓତା, ତଥା କଳାକାର ଙ୍କୁ ସଫଳତା ର ଶ୍ରେୟ ଦେବାସହ କୃତଜ୍ଞତା ର ସହ ଧନ୍ୟବାଦ ଜଣାଇଛନ୍ତି।