କରଞ୍ଜିଆ:-ମୟୂରଭଞ୍ଜ(ରିପୋର୍ଟ:ଦୀନେଶ କୁମାର )ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହର ର ୧୨ନଂ ୱାର୍ଡ ର ଆମ କଳିକା କ୍ରେଜ ସେଣ୍ଟର ଉଦଘାଟିତ ହୋଇଯାଇଛି।ୱାର୍ଡ ର ନୁଆସାହି ଠାରେ ଉକ୍ତ କେନ୍ଦ୍ର କୁ ଅଗ୍ଲିମେଣ୍ଟରସ୍ ପ୍ରାଇଭେଟ ଲିମିଟେଡ଼ ର ସୁପରଭାଇଜର ଶ୍ରୀ ପ୍ରତ୍ୟୁଷ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ କରଞ୍ଜିଆ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି,ଉଦଘାଟନ କରଥିବା ବେଳେ ସମ୍ମାନିତ ଅତିଥି ରୂପେ କରଞ୍ଜିଆ ସିଡ଼ିପିଓ ଶ୍ରୀମତୀ ମଞ୍ଜୁଳା ବେହେରା,ଅଗ୍ଲିମେଣ୍ଟର୍ସ ପ୍ରାଇଭେଟ ଲିମିଟେଡ଼ ର ଓଡିଶା ମୁଖ୍ୟ ବିକ୍ରମ ସାମନ୍ତରାୟ ଉକ୍ତ ଅବସରରେ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ମିନାକ୍ଷୀ ସାମଲ, ସାମାଜିକ କର୍ମୀ ପୱନ ନାଇ, ମୋତିଲାଲ ପାତ୍ର ଙ୍କ ସମେତ ପଚାଶ ଜଣ ରୁ ଉର୍ଦ୍ଧ ମାଆ ମାନେ ଓ କରଞ୍ଜିଆ ଏନଏସି ର ଅନ୍ୟ ୱାର୍ଡ ର କ୍ରେଜ ସେଣ୍ଟର ସଦସ୍ୟା ମାନେ ଯୋଗଦେଇଥିଲେ। ଅଗ୍ଲିମେଣ୍ଟରସ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ସେଣ୍ଟର ରେ କର୍ମଜୀବି, ଶ୍ରମିକ ଙ୍କ ୭ ମାସ ରୁ ୩ ବର୍ଷ ବୟସ ପର୍ଯ୍ୟନ୍ତ ଛୁଆ ଙ୍କ ନିମନ୍ତେ ୩ ଓଳି ଖାଦ୍ୟ, ଡ୍ରେସ ଓ ଖେଳନା ରହିବ ଯାହାଦ୍ୱାରା ଛୁଆ ମାନେ ଏହି ସେଣ୍ଟର କୁ ଆସି ପୁଷ୍ଟିକର ଖାଦ୍ୟ ଖାଇବା ସହିତ ଖେଳିବାର ସୁଯୋଗ ପାଇବେ। ବାପା ମାଆ ଙ୍କ କର୍ମକ୍ଷେତ୍ର କୁ ଯିବା ଦ୍ୱାରା ଆଉ ଛୋଟ ଛୋଟ ଶିଶୁ ଆଉ ଅବହେଳାର ଶିକାର ହେବେ ନାହିଁ ଏହି ସେଣ୍ଟର ରେ ସକାଳ ୯ ଘଟିକା ଠାରୁ ସନ୍ଧ୍ୟା୫ ଘଟିକା ପର୍ଯ୍ୟନ୍ତ ଡ୍ରେସ, ଖାଦ୍ୟ ଠାରୁ ଆରମ୍ଭ କରି ଖେଳିବା ପାଇଁ ଖେଳନା ସହିତ ଶିଶୁଙ୍କ ସମସ୍ତ ଯତ୍ନ ସେଣ୍ଟର ରେ ନିଆଯିବାର ବ୍ୟବସ୍ଥା ରହିଥିବା ସଂସ୍ଥା ର ସୁପରଭାଇଜର ପ୍ରତ୍ୟୁଷ କୁମାର ପଣ୍ଡା ସୂଚନା ଦେଇଛନ୍ତି।ତେବେ ଉକ୍ତ କେନ୍ଦ୍ର ସ୍ଥାପନା କୁ ନେଇ ଅଞ୍ଚଳବାସୀ ଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିବା ଜଣାପଡିଛି।