କରଞ୍ଜିଆ:-(ରିପୋର୍ଟ:ଦୀନେଶ କୁମାର)ସାମ୍ଭାବ୍ୟ ବାତ୍ୟା ଦାନା କୁ ଆଖିଆଗରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ସୂଚନା ଓ ମାର୍ଗଦର୍ଶୀକା ଜାରୀ ସହ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସଜାଗ ରହିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।ଏଥିସହ ଆଗାମୀ ବାତ୍ୟା ପାଇଁ ସମସ୍ତ ବିଦ୍ୟାଳୟ କୁ ଛୁଟି ଘୋଷଣା ମଧ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି।ତେବେ ଏ ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ର ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି।ତେବେ ଯେକୌଣସି ସମୟରେ ବାତ୍ୟା ର ପ୍ରଭାବ କୁ ମୁକାବିଲା କରି ଧନ ଜିବନ ରକ୍ଷା ନିମନ୍ତେ ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ଜେନା ଙ୍କ ତତ୍ୱାବଧାନ ରେ ବିଭାଗର ସମସ୍ତ କର୍ମଚାରୀ ମାନେ ବିଭିନ୍ନ ସରଞ୍ଜାମ ଏବଂ ଆଲୋକ ଉପକରଣ, ସ୍ୱୟଂ ଚାଳିତ କରତ,ରକ୍ଷାକାରି ଡଙ୍ଗା,ଜଳନିଷ୍କାଶନ ନିମନ୍ତେ ପମ୍ପ ଦଉଡି ଏବଂ ଆହୁରି ବିଭିନ୍ନ ଉପକରଣ କୁ ପ୍ରସ୍ତୁତ କରି ରଖିବା ସହ ନିର୍ଦ୍ଦେଶ ମୁତାବକ ତୁରନ୍ତ ପଦକ୍ଷେପ ନେବା ପାଇଁ ସଜାଗ ରହିଥିବା ଜଣାପଡିଛି ।ଆବଶ୍ୟକ କ୍ଷେତ୍ରରେ ଜଦି ବାତ୍ୟା ଭୟାବହତା ଅଧିକ ରୁହେ ତେବେ ବରିଷ୍ଠ ଅଧିକାରୀ ଙ୍କ ନିର୍ଦ୍ଦେଶ ରେ ଅନ୍ୟ ଅଗ୍ନିଶମ ଦଳ ମଧ୍ୟ ଏଥିରେ ସାମିଲ ରହି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି।
