କଂସ ବଧ ସହ ତେରେସିଂହା ଗଜଲକ୍ଷ୍ମୀ ପୂଜା ଉଦଯାପିତ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବେଲପଡ଼ା ଠାରେ ହେଉଥିବା ମା’ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ କଂସ ଦରବାରର କଂସ ବଧ ସହ ପୂଜା ରବିବାର ଉଦଯାପିତ ହୋଇଥିଲା l ଚଳିତ ବର୍ଷ ମା’ ଗଜଲକ୍ଷ୍ମୀ ପୂଜାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ମହୋତ୍ସବ ପାଳନ କରିଥିଲା l ଏଥିରେ କମିଟୀର ସଦସ୍ୟ ଅଜୟ କୁମାର ରଣା ଓ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳୀ ରଣା ପୂଜାକର୍ତ୍ତା ଦାୟିତ୍ୱରେ ରହିଥିଲେ l ପୂଜକ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସଂପାଦନ କରିଥିଲେ l ଏହି ଅବସରରେ ପ୍ରତ୍ୟେହ ସନ୍ଧ୍ୟାରେ କୀର୍ତ୍ତନ ପରିବେଷଣ, କଂସ ରାଜ ଦରବାର ଓ ଦଣ୍ଡ ନୃତ୍ୟ ଅନୁଷ୍ଠିତ ହେଉଥିଲା l

ଏହି ଅବସରରେ କମିଟୀ ପକ୍ଷରୁ କଂସ ରାଜ ଦରବାରର କଂସ ଭୂମିକାରେ ଅଭିନୟ କରୁଥିବା ଅନୀଲ କୁମାର ନାଏକ, ରିଷିଡ଼ାର ମୂର୍ତ୍ତି କାରିଗର ସଞ୍ଜୟ ରଣା, ପୂଜକ ଡୋଳାମଣି ପଣ୍ଡିଆ ଓ ଟେଣ୍ଡ ହାଉସ୍ ମାଲିକ ଅଜୟ କୁମାର ରଣାଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅଧ୍ୟାପକ ମାନସ ରଞ୍ଜନ ବାଗ ମଞ୍ଚ ପରିଚାଳନା କରିଥିଲେ l ରବିବାର ସନ୍ଧ୍ୟାରେ ମା’ ଙ୍କ ଭସାଣି ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ସହ ମା’ ଗଜଲକ୍ଷ୍ମୀଙ୍କ ବିସର୍ଜନ କରାଯାଇଥିଲା l ପୂଜା କମିଟୀର ସଭାପତି କପିନ୍ଦ୍ର ରଣା, ସମ୍ପାଦକ ମହେଶ୍ୱର ଗହୀର, ଉପ-ସଭାପତି ତପନ ମାଝୀ, ସହସମ୍ପାଦକ ରାମଚନ୍ଦ୍ର ରଣା, କୋଷାଧ୍ୟକ୍ଷ ସଂଜୀବ ରଣା(ଠାକୁର) ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *