କରଞ୍ଜିଆ:-(ରିପୋର୍ଟ:ଦୀନେଶ କୁମାର) ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦା ଠାରେ ପ୍ରତ୍ୟେକ ବର୍ଷ ପାଳନ କରାଯାଉଥିବା ବୃହତ ତଥା ପ୍ରସିଦ୍ଧ ମୟୂରଭଞ୍ଜ ମହୋତ୍ସବ ର ସପ୍ତମ ବର୍ଷ ମହୋତ୍ସବ ପାଳନ କୁ ସଫଳ ଏବଂ ସୁବ୍ୟବସ୍ଥିତ ଭାବେ କରିବା ନିମନ୍ତେ ମୟୂରଭଞ୍ଜ ମହୋତ୍ସବ କମିଟି ସଭାପତି ଶ୍ରୀଯୁକ୍ତ କଳିଙ୍ଗ କେଶରୀ ଜେନା ସୂଚନା ଅନୁଯାୟୀ ଚଳିତ ଅକ୍ଟୋବର ମାସ ୨୭ ତାରିଖ ରବିବାର ଦିନ ଜିଲ୍ଲାର ଉପଖଣ୍ଡ ଶାଖା କରଞ୍ଜିଆ ଠାରେ ଦିନ ୧୧ ଘଟିକା ସମୟ ରେ ସ୍ଥାନୀୟ ଏନ ଏ ସି କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହେବାସହ ରାଇରଙ୍ଗପୁର ଶାଖା ଠାରେ ଅପରାହ୍ନ ୩ ଘଟିକା ସମୟରେ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ଠାର ଅନୁଷ୍ଠିତ କରାଯିବା ନେଇ ସ୍ଥିର କରାଯାଇଛି।ତେବେ ଉକ୍ତ ପ୍ରସ୍ତୁତି ବୈଠକରେ ଦୁଇ ଉପଖଣ୍ଡ ଶାଖାର ସମସ୍ତ ସଦସ୍ୟ ବହୁସଂଖ୍ୟାରେ ଉକ୍ତ ବୈଠକରେ ନିଶ୍ଚିତ ଭାବେ ଯୋଗଦେବା ସହ ସୁମତାମତ ପ୍ରଦାନ କରିବା ଏବଂ ବରିଷ୍ଠ ସଦସ୍ୟ ଗଣ ସୁପରିଚାଳନା ଦିଗରେ ମାର୍ଗଦର୍ଶନ ଦେବା ନିମନ୍ତେ ମୟୂରଭଞ୍ଜ ମହୋତ୍ସବ କମିଟି ଉପସଭାପତି ଶ୍ରୀ ଚନ୍ଦ୍ରକୁମାର ଶ୍ୟାମଳେନ୍ଦୁ ଦାସ (ମାଧୋ ଦାସ) ଅନୁରୋଧ ଜଣାଇବା ସହ ଚଳିତବର୍ଷ ମହୋତ୍ସବ କୁ ଖୁବ ଆଡମ୍ବର ସହକାରେ ପାଳନ କରାଯିବା ନେଇ ଆଶାବ୍ୟକ୍ତ କରିଛନ୍ତି।
