ରାଜଗାଙ୍ଗପୁର ହକି ଫାଇନାଲରେ କେନ୍ଦ୍ର ମନ୍ତ୍ରୀଙ୍କ ଯୋଗଦାନ।

ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ ବୁଚକୁପଡା ଭେନସ୍ କ୍ଳବ୍ ଆନୁକୁଲ୍ୟରେ ଗେତୁପାଣି ଫୁଟବଲ ପଡ଼ିଆ ଠାରେ କୁତ୍ରା ଓ ରାଜଗାଙ୍ଗପୁର ମଧ୍ୟରେ ଅନୁଷ୍ଠିତ ଖେଳରେ ମୂଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୁଚକୁପଡା ଗ୍ରାମବାସୀ ଓ ମେଭେନସ କ୍ଳବ ସଦସ୍ୟ ଙ୍କ ଉପସ୍ଥିତି ରେ କେନ୍ଦ୍ର ମନ୍ତ୍ରୀଙ୍କୁ ଭାବ୍ୟ ସ୍ଵାଗତ କରାଯାଇ ନୃତ୍ୟ ଗୀତ ତାଲେ ଚାଲେ ସଭାସ୍ଥଳରେ ପାଛୋଟି ଆଣି ହାତ ଗୋଡ ଧେଇବା ସହ ଉତ୍ତରିୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଜଶବନ୍ତ ନାୟକ, ଟ୍ରକ ମାଲିକ ସଂଘ ର ସଭାପତି ଜଗନ୍ନାଥ ଯାଦବ, ସମ୍ପାଦକ ରାକେଶ ନନ୍ଦା, ବ୍ଳକ ଚିଆରମେନ ଶବିନା ମିଞ୍ଜ, ଜିଲ୍ଲା ପରିଷଦ ସଭ୍ୟା ସୁଶିଲା ଟପ୍ପୋ, ବରିଷ୍ଠ ବିଜେପି ନେତା ନରସିଂହ ମିଞ୍ଜ,ଜାମପାଲି ମଣ୍ଡଳ ବିଜେପି ସଭାପତି ବିତନା ମାଝୀ, ତହସିଲଦାର ଜଗବନ୍ଧୁ ମଲ୍ଲିକ, ବିରଞ୍ଚି ଲାକ୍ରା ଙ୍କ ସହ ବହୁ ବିଜେପି କାଉନସିଲର ବ୍ଳକ ସ୍ତରୀୟ ନେତା କର୍ମୀ ଆୟୋଜକ କମିଟି ର ସଦସ୍ୟ ରାଜଗାଙ୍ଗପୁର, ବୁଚକୁପଡା ଓ ଆଖପାଖ ଅଞ୍ଚଳ ର ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *