କରଞ୍ଜିଆ:-(ରିପୋର୍ଟ:ଦୀନେଶ କୁମାର) ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆବ୍ଲକ ଅଧିନ ପାଟବିଲ ପଞ୍ଚାୟତ ଅନ୍ତର୍ଗତ ସୁନାପୋଷି ସ୍ଥିତ ବିଶିପୁର ପାହାଡ଼ ତଳୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ମୃତ ଯୁବକ ଜଣକ ହେଉଛନ୍ତି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଢିପାସାହିର ଶିବ ନାଏକ। ସୂଚନା ଅନୁଯାୟୀ,ଶିବ ନାଏକ ଭଉଣୀ ଘର ରୋଡଙ୍ଗ କୁ ବୁଲିବାକୁ ଆସିଥିଲେ।

ବିଶିପୁର ପାହାଡ଼ ଅଠରଦେଉଳ ପୀଠରେ କୁମାର ପୂର୍ଣ୍ଣିମା ଦିନ ମା ସାହାଡ଼ାସୁନ୍ଦରୀ ଙ୍କ ବାର୍ଷିକ ପୂଜା ଉତ୍ସବ ଏବଂ କୁମାର ପୂର୍ଣ୍ଣିମା ମେଳା ଦେଖିବକୁ ବିଶିପୁରସ୍ଥିତ ସୁନାପୋଷିକୁ ଯାଇ ଆଉ ଘରକୁ ଫେରି ନଥିଲେ।ତେବେ କୌଣସି କାରଣରୁ ଶିବ ଙ୍କର ପାହାଡ଼ ଉପରୁ ଖସିପଡ଼ି ମୃତ୍ୟୁ ହୋଇଥିଲା ।ପରିବାର ଲୋକେ ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନଥିଲେ |ମାତ୍ର ଗତକାଲି ପାହାଡ଼ ତଳେ ଏକ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିବଙ୍କ ମରଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି।