ରାଜଗାଙ୍ଗପୁର ଠାରେ ମନ୍ତ୍ରୀ ଙ୍କୁ ସ୍ଵାଗତ ।

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ଅତିଥି ଭବନଠାରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାୟକଙ୍କୁ ରାଜଗାଙ୍ଗପୁର ପୁର୍ବତନ ମଣ୍ଡଳ ସଭାପତି ଶ୍ରୀ ଶଂକର ସିଂ ଙ୍କ ନେତୃତ୍ବରେ ଏକ ବିଜେପି ପ୍ରତିନିଧି ମଣ୍ଡଳ ସୈଜନ୍ୟ ମୂଳକ ସାକ୍ଷାତ କରି ରାଜଗାଙ୍ଗପୁର ବିଧାନସଭା ର ବିଭିନ୍ନ ସମସ୍ୟା ଓ ରାଜନୈତିକ ସମ୍ବନ୍ଧ ରେ ଆଲୋଚନା କରିଥିଲେ। ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀ ରବି ନାୟକ ଆଜି ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ ବୁଚକୁପଡା ଫାଇନାଲ ହକି ଖେଲ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିବେ ବୋଲି ଶ୍ରୀ ଶଂକର ସିଂ ସୁଚନା ଦେଇଥିଲେ।

ଏହି ଅବସରରେ ରାଜଗାଙ୍ଗପୁର ବିଡ଼ିଓ ଅକ୍ଷୟ କୁମାର ବାଗ, ବିଜେପି ନାରୀ ନେତ୍ରୀ ମଧୁସ୍ମିତା ରାଉତ, ଶଂକର ମାଝୀ, ମହେନ୍ଦ୍ର ମାଝୀ, ରାଜଗାଙ୍ଗପୁର ବ୍ଳକ ରୁ ବିନତା ମାଝୀ, ରମେଶ ହାଜରା, ସୁରେଶ ଲାକ୍ରା ଙ୍କ ସହ ପୁର୍ବତନ ଜିଲ୍ଲା ପରିଷଦ ସୁରେନ୍ଦ୍ର ଦେହୁରୀ ଓ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *