ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ବୀର ବିର୍ସା ମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ୧୫ ନଭେମ୍ବର ବୀର ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ରାଜଗାଙ୍ଗପୁର ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କରାଯାଇ ବୀର ବିର୍ସା ମୁଣ୍ଡା ଖେଲ ପଡ଼ିଆରେ ଆଲୋକ ର ବ୍ୟବସ୍ତା, ବୃକ୍ଷ ରୋପଣ, ପାନୀୟ ଜଳର ସୁବିଧା ଗେଲେରୀ ଉନ୍ନତିକରଣ, ହକି ଖେଳାଳୀ ଓ ଜନସାଧାରଣଙ୍କ ସୁରକ୍ଷା ସମ୍ବନ୍ଧ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା

ଏବଂ ଉକ୍ତ ସମସ୍ୟାର ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଆଶ୍ଵସନା ପ୍ରଦାନ କରିଥିଲେ ଏହି ଅବସରରେ ବୀର ବିର୍ସା ମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ସଭାପତି ଜୋହାନ ହେମରମ, ସମ୍ପାଦକ ବିଜୟ କୁଜୂର,ନମନ କେରକେଟା, କାଉନସିଲର ସୁସ୍ମିତା ଟିଡୁ,ପ୍ରଭା ଏକ୍କା, ଉପଦେଷ୍ଟା ହରେନ ବାଗରେ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତିରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।