ରାଜଗାଙ୍ଗପୁର ପାହାଡି ମନ୍ଦିର ସାମୁଖ୍ୟ ଗଳିର ଲଳନ ହାଉସ ଘର ନିକଟରେ ଇମରାଣ ଖାଁନ ଙ୍କ ଘରେ ରହୁଥିବା ଶୁଶ୍ରି ନୂରୀ ପରବିନ ଓଡ଼ିଆ ପ୍ରସାଶନିକ ସେବା ପରୀକ୍ଷା ରେ ୧୩ ନଂ ରେଙ୍କ ରଖି ସର୍ବଭାରତୀୟ ସ୍ତରରେ ରାଜଗାଙ୍ଗପୁର ସହର ର ଗୈାରବ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିପାରିଛନ୍ତି ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଦିଲ୍ଲୀ ସ୍କୁଲ ଅଫ ଅର୍ଥନୈତିକ ବିଭାଗ ରେ ମାଷ୍ଟର ଡିଗ୍ରୀ ରେ ଉକିର୍ଣ ହୋଇଥିଲେ|

ତାଙ୍କ ମାଁ ରାଜଗାଙ୍ଗପୁର ଉର୍ଦ୍ଧୁ ସ୍କୁଲରେ କାର୍ଯ୍ୟରତ।ନୂରୀ ପରବିନ ଉକ୍ତ ଡିଗ୍ରୀ ହାସଲ କରିଥିବାରୁ ଓଡିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ସୁନ୍ଦରଗଡ଼ ଠାରେ ପୁଷ୍ପଗୁଚ୍ଛ ଉତ୍ତରିୟ ପ୍ରଦାନ କରି ସମ୍ବର୍ଧନା କରିଥିଲେ। ଉକ୍ତ ଖବର ରାଜଗାଙ୍ଗପୁର ଅଞ୍ଚଳ ରେ ଚର୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି।ତାଙ୍କ ଘରକୁ ଅସଂଖ୍ୟ ଶୁଭେଚ୍ଛା ବାର୍ତ୍ତା ଆସୁଥିବା ପରିବାର ଲୋକେ ସୁଚନା ଦେଇଥିଲେ।