ରାଜଗାଙ୍ଗପୁର ଜାମପାଲି ବଡଗୁଡିଆଲି ଗ୍ରାମ ନିକଟସ୍ଥ ଓସିଏଲ ଆଇରନ ଷ୍ଟିଲ କମ୍ପାନୀ ବିଭିନ୍ନ କାରଣରୁ ପ୍ରାୟ ଦୁଇ ବର୍ଷ ବନ୍ଦ ହେବା କାରଣରୁ ସ୍ଥାନୀୟ ଜନସାଧାରଣ ଓ ଶ୍ରମିକ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ କାରଖାନା ବନ୍ଦ ହେବାଯୋଗୁଁ ଚୋର ମାନଙ୍କ ଚରାଭୁୟୀ ପାଲିଟିଥିବା କାରଖାନାର ସମସ୍ତ ଲୁହା,ମୁଲ୍ୟବାନ ତାର ଓ ବିଭିନ୍ନ ସାମଗ୍ରୀ ପଛପଟ କାନ୍ଥ ଭାଗିଂ ଚୋରାଇ ନେଇଥିଲେ କାରଖାନାରେ କାର୍ଯ୍ୟରତ ଅଧିକାରୀ ଓ ଶ୍ରମିକମାନଙ୍କୁ ସେମାନଙ୍କର ବକାୟା ପାଉଣା ମଧ୍ୟ ନ ଦେଇ କାରଖାନାର ମାଲିକ ଓ ଉଚ୍ଚପଦସ୍ଥ ଅଫିସର ତାଲାବନ୍ଦ କରି ଫେରାର ହୋଇଯାଇଥିଲେ ମାତ୍ର ପ୍ରାୟ ବର୍ଷକ ପୁର୍ବ ରୁ ଶ୍ରୀ ଅଜୟ ସିଘଂଲ ଓ ଶ୍ରୀ ମନିଶ ଖେମକା ଜୀ ଙ୍କ ନିର୍ଦ୍ଦେଶନାରେ ଉକ୍ତ କାରଖାନାକୁ ପୁନର୍ବାର ମରାମତି କରାଯାଇ କାର୍ଯଖ୍ୟମ କରି କାରଖାନାର ରେ ପୁର୍ବରୁ କାମ କରୁଥିବା ସମସ୍ତ ଅଧିକାରୀ ଓ ଶ୍ରମିକ ଙ୍କ ବକୟା ପାଉଣା ପ୍ରଦାନ କରି ଆଜି ଲୁହା ପଥର ସ୍ପଞ୍ଜ ତିଆରି କରାଯାଇ ସାଧାରଣ ଲୋକ ଓ ଶ୍ରମିକ ଙ୍କ ମୁହଁରେ ହସ ଫୁଟିଇବାରୁ ରାଜଗାଙ୍ଗପୁର ଓ ଆଖପାଖ ଅଞ୍ଚଳ ର ସାଧାରଣ ନାଗରିକ କଂପାନୀ ମାଳିକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
