କରଞ୍ଜିଆ ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ।ଶାମିଲ ହେଲେ ବିଭିନ୍ନ ସଂଗଠନ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଠାରେ ରକ୍ତ ଅଭାବ ସମସ୍ୟା କୁ କିଛିମାତ୍ରାରେ ସମାଧାନ କରିବା ନିମନ୍ତେ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ସୁବ୍ରତ କୁମାର ଙ୍କ ନେତୃତ୍ୱରେ କରଞ୍ଜିଆ ଆମ ପୋଲିସ ସମିତି ଆନୂକୁଲ୍ୟ ରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଥାନା ଅଧିକାରୀ ଶ୍ରୀଯୁକ୍ତ ନିରୋଦ କୁମାର ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରଞ୍ଜିଆ ଥାନା ପରିସର ରେ ଉକ୍ତ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଭରସା ପରିବାର, ମାରୱାଡ଼ି ଯୁବା ମଞ୍ଚ, ସାମ୍ବାଦିକ ସଂଘ, ମହିଳା ଶକ୍ତି ଶାଖା ଆଦି ସଂଗଠନ ଏବଂ ଜନସାଧାରଣ ଶାମିଲ ହୋଇଥିବା ବେଳ ମୋଟ ୧୪୨ଜଣ ରକ୍ତଦାତା ସେଛ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ତେବେ ଶିବିର କୁ ଉଦଘାଟନ କରିବା ଅବସରରେ ରକ୍ତଦାନ କରିବାସହ ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁବ୍ରତ କୁମାର ଉକ୍ତ ମହତଦାନ ର ଆବଶ୍ୟକତା ସମ୍ପର୍କରେ ସୂଚନା ଦେବାସହ ସମସ୍ତ ଜନସାଧାରଣ ଙ୍କୁ ରକ୍ତଦାନ ନିମନ୍ତେ ଆହ୍ବାନ ଜଣାଇଥିଲେ।

ଉପଖଣ୍ଡ ଚିକିତ୍ସାଳୟ ରକ୍ତକେନ୍ଦ୍ର ଅଧିକାରୀ ଡା: ଗୌରାଙ୍ଗ ଚରଣ ନାଏକ ଙ୍କ ସହ ସମସ୍ତ ସହଯୋଗୀ ରକ୍ତ ସଂଗ୍ରହ କରିଥିବା ବେଳେ ସବ୍ ଇନ୍ସପେକ୍ଟର ସୁଧାଂଶୁ ସେଠୀ, ସାଲଖାନ ହେମ୍ବ୍ରମ ଙ୍କ ସହ ପୋଲିସ କର୍ମୀ ଏବଂ ସଂଗଠନ ର ସଦସ୍ୟ ମାନେରକ୍ତଦାନ କରିଥିଲେ। ଶିବିର କୁ ସମସ୍ତ ପୋଲିସ କର୍ମୀ ଙ୍କ ସହ ମାରୱାଡୀ ଯୁବାମଞ୍ଚ ପୂର୍ବତନ ସଭାପତି ଶ୍ରୀ ଲପୁ ଭାରୁକା,ଙ୍କ ସହ ଅନ୍ୟମାନେ ପରିଚାଳନା ରେ ସହଯୋଗ କରିଥିଲେ।ପୋଲିସ ପକ୍ଷରୁ ଏଭଳି ସହଯୋଗ କୁ ବୁଦ୍ଧିଜୀବୀ ତଥା ଜନସାଧାରଣ ଙ୍କ ପକ୍ଷରୁ ପ୍ରଶଂସା କରାଯାଇଥିବା ବେଳେ।ଆଗାମୀ ଦିନରେ ବିଭିନ୍ନ ଥାନା ପକ୍ଷରୁ ଏଭଳି ଶିବିର ଆୟୋଜନ କରାଯିବ ବୋଲି ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ କୁମାର ସୂଚନା ଦେଇଛନ୍ତି।

କରଞ୍ଜିଆ-:(ଦୀନେଶ କୁମାର ଙ୍କ ରିପୋର୍ଟ)

Leave a Reply

Your email address will not be published. Required fields are marked *