ସାହିତ୍ୟ ଜୀବନ ତରଫରୁ ଶାରଦୀୟ ସଂଖ୍ୟା ପତ୍ରିକା ଉନ୍ମୋଚନ

ସମ୍ବଲପୁର: ତା: ୧୮/୧୦/୨୦୨୪ ଶୁକ୍ରବାର, ସାହିତ୍ୟ ଜୀବନ ସାହିତ୍ୟ ସଂସଦର ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରାଙ୍କ ଉଦ୍ୟମ କ୍ରମେ ଶାରଦୀୟ ପୂଜା ଉପଲକ୍ଷେ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ପଞ୍ଚାୟତର ବକ୍ସି ବଜାର ଗ୍ରାମରେ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ଜୀବନ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସାହିତ୍ୟ ଜୀବନ ମାସିକ ପତ୍ରିକା ଶାରଦୀୟ ସଂଖ୍ୟା ଉନ୍ମୋଚନ ହୋଇଥିଲା ।

ତତ୍ ସହିତ କବିତା ପାଠୋତ୍ସବ, ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ସଭାପତିତ୍ବ କାର୍ଯ୍ୟ ସାହିତ୍ୟିକ ଶ୍ରୀଯୁକ୍ତ କ୍ଷମାନିଧି ବେହେରା ସୂଚାରୁରୂପେ ତୁଲାଇଥିଲେ । ସାହିତ୍ୟ ଜୀବନ ତରଫରୁ କବିତା ପାଠୋତ୍ସବରେ ବିଭିନ୍ନ ଛାତ୍ର ଛାତ୍ରୀଙ୍କ ସହ ଯୁବ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ |ପ୍ରତିଯୋଗିତାର ବିଜେତାଙ୍କୁ ମାନପତ୍ର ସହ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ତତ୍ ସହିତ ମା ମହାଲକ୍ଷ୍ମୀ ପୂଜା କମିଟିର ସମସ୍ତ କର୍ମକର୍ତ୍ତାମାନେ ଶାନ୍ତି ଶୃଙ୍ଖଳାରେ ପୂଜା ମଣ୍ଡପ ପରିଚାଳନା କରିଥିଲେ । ପରିଶେଷରେ ସାହିତ୍ୟ ଜୀବନର ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରା ଶାରଦୀୟ ପୂଜା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ନବ ପ୍ରତିଭାଙ୍କୁ ନିଜର କଳା ବିଶ୍ୱରେ ପରିଚିତ କରିବା ପାଇଁ ଆହ୍ବାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *