*ଆଦିମ ଜନଜାତି ଙ୍କୁ ଭେଟି ଆଲୋଚନା କଲେ।
*ମୁଖ୍ୟ ସ୍ରୋତରେ ଶାମିଲ କରିବା ନିମନ୍ତେ ପ୍ରତିଶ୍ରୁତି ଦେଲେ।
କରଞ୍ଜିଆ:- (ଦୀନେଶ କୁମାର ଙ୍କ ରିପୋର୍ଟ)ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ,ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନା ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ସୁନୀଲ ବଂଶଲ ଦୁଇଦିନିଆ ଶିମିଳିପାଳ ଗସ୍ତରେ ଆସି ବୁଧବାର ସନ୍ଧ୍ୟା ବେଳେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଠାରେ ପହଞ୍ଚିବା ପରେ ସ୍ଥାନୀୟ ଖଇରୀନିବାସ ଠାରେ ତାଙ୍କୁ ଦଳୀୟ କର୍ମୀଙ୍କ ଦ୍ବାରା ଭବ୍ୟସ୍ବାଗତ କରାଯାଇଥିଲା।

ଏହାପରେ ସେ ଶିମିଳିପାଳ ଗସ୍ତରେ ଯାଇ ଗୁଡଗୁଡ଼ିଆ ଠାରେ ରାତ୍ରୀଯାପନ କରିଥିଲେ । ଗୁରୁବାର ଦିନ ସକାଳୁ ଜଙ୍ଗଲ ସଫାରୀ ରେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବା ସହ ଗୁଡଗୁଡ଼ିଆ ଠାରେ ଶ୍ରୀଯୁକ୍ତ ବଂଶଲ ଶିମିଳିପାଳ ବନାଞ୍ଚଳର ଅପହଞ୍ଚ ଇଲାକାରେ ବସବାସ କରୁଥିବା ସମାଜର ବିଭିନ୍ନ ଅବହେଳିତ ଲୋକଙ୍କ ସମେତ ବିରଳ ଜନଜାତି ଖଡିଆ, ମାଙ୍କଡିଆ ମାନଙ୍କ ଠାରେ ପହଞ୍ଚି ସେମାନଙ୍କୁ ଭେଟି ଆଲୋଚନା କରିବା ସହ ସେମାନଙ୍କୁ ଦଳର ସଦସ୍ୟତା ଗ୍ରହଣ ପାଇଁ ଉତ୍ସାହିତ କରିଥିଲେ।
ତେବେ ଦଳ ପକ୍ଷରୁ ଆୟୋଜିତ ତଥା ଜିଲ୍ଲା ସଭାପତି ଶ୍ରୀ କୃପାସିନ୍ଧୁ ମହାନ୍ତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଯଶିପୁର ବିଧାୟକ ତଥା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଇଂ ଗଣେଶରାମ ସିଂ ଖୁଣ୍ଟିଆ,କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାଏକ,ରାଜ୍ୟ ଉପସଭାପତି ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂଗଠନ ସଂପାଦକ ଶ୍ରୀ ମାନସରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମ ଅବସରରେ ରରୁଆଁ ବ୍ଲକ ଅଧ୍ୟକ୍ଷ, ଏବଂ ଶୁକୃଳୀ ବ୍ଲକ ର ଆଠଜଣ ସରପଞ୍ଚ ଆନୁଷ୍ଠାନିକ ଭାବେ ବିଜେପି ଦଳରେ ଶାମିଲ ହୋଇଥିଲେ।
ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଉପସଭାପତି ଶ୍ରୀ ବିପୀନ ମହାନ୍ତ ଏବଂ ଶ୍ରୀ ମହାନ୍ତି ବିରୁଆ ପ୍ରମୁଖ ପରିଚାଳନା କରିଥିବାବେଳେ ଅନ୍ୟମାନେ ଏଥିରେ ଶକ୍ରିୟ ସହଯୋଗ କରିଥିଲେ।