ରାଜଗାଙ୍ଗପୁର ସହର ର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ।

ରାଜଗାଙ୍ଗପୁର ସହର ର ଆଇଟି କଲୋନୀ,ପଦା ଜାମପାଲି, ବିଜୁପଟ୍ଟନାୟକ ଛକ, ସୁବାଷ ଛକ,କମୁନିଟି ସେଣ୍ଟର,ଖଡାଗଲି, ବ୍ଳକ କଲୋନୀ, ରାଷ୍ଟ୍ରୀୟ ବିଦ୍ୟାଳୟ ଛକ, ଲିପଲୋଇ ଛକ, ଡାଲମିଆ ସିମେଣ୍ଟ କଲ୍ୟାଣ ମଣ୍ଡପ,ଓସିଏଲ ଡେଲି ମାର୍କେଟ ଛକ ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଶ୍ରଦ୍ଧାଳୁ ପବିତ୍ର ଘୋଗର ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରି ଘୋଗର ନଦୀ ରୁ ପବିତ୍ର ଗଂଗା ଜଳ କଳସରେ ବହନକରି ବିଭିନ୍ନ ପୂଜା ପେଣ୍ଡାଲ ଠାରେ ମାଁ ଲକ୍ଷ୍ମୀ ଠାକୁରାଣୀ ଙ୍କୁ ସ୍ଥାପିତ କରାଯାଇ ବିଧିବଦ୍ଧ ଭାବରେ ପୂଜା ଅର୍ଚ୍ଚନା କରିଥିଲେ ରାଜଗାଙ୍ଗପୁର ଓ ଆଖପାଖ ଅଞ୍ଚଳ ରୁ ବହୁ ଶ୍ରଦ୍ଧାଳୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି କଳସ ଯାତ୍ରା ରେ ସାମିଲ ହୋଇଥିଲେ।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରାଜଗାଙ୍ଗପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇ ଥିବା ପରିଲକ୍ଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *