କରଞ୍ଜିଆ:-ପବିତ୍ର କୁମାର ପୂର୍ଣ୍ଣିମା ତଥା ଲକ୍ଷ୍ମୀ ପୂଜା ଅବସରରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ମଳିନ ପଡିଆ ନିକଟରେ ବିଶ୍ୱହୀନ୍ଦୁ ପରିଷଦ ର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ର ଉଦଘାଟିତ ହୋଇଯାଇଛି।ପରିଷଦ ଜିଲ୍ଲା ସଭାପତି ଶ୍ରୀ ସ୍ମୃତିମୟ ମହାନ୍ତ ଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମ ରେ ବିଶ୍ଵହିନ୍ଦୁ ପରିଷଦ ପ୍ରାନ୍ତ ସତସଙ୍ଗ ପ୍ରମୁଖ ଶ୍ରୀଯୁକ୍ତ ହରିହର ତ୍ରିପାଠୀ, ବିଭାଗ ସମ୍ପାଦକ ଶ୍ରୀଯୁକ୍ତ ମଧୁସୂଦନ ଦାସ ,ସମାଜସେବୀ ଲକ୍ଷ୍ମୀ ଝା, ସୁନାମଣି ହୋ,ଜ୍ୟୋସ୍ନାରାଣୀ ମହାନ୍ତ ଙ୍କ ସହିତ ଶତାଧିକ କାର୍ଯ୍ୟକର୍ତା ଯୋଗଦେଇଥିଲେ।

ପ୍ରଭୁ ଶ୍ରୀରାମଚନ୍ଦ୍ର, ହନୁମାନ ଏବଂ ଭାରତମାତା ଙ୍କ ପୂଜନ ସହ ବିଧିବଦ୍ଧ ଭାବେ ଉଦଘାଟନ କରାଯାଇଥିଲା। ।
ତେବେ ହିନ୍ଦୁ ଙ୍କ ମଧ୍ୟରେ ଏକତା, ଅଣ ହିନ୍ଦୁ ଶକ୍ତି କୁ ପ୍ରତିହତ କରି ହିନ୍ଦୁ ବା ସନାତନ ଧର୍ମ ର ରକ୍ଷା,ଭାରତକୁ ହିନ୍ଦୁ ରାଷ୍ଟ୍ର ରେ ପରିଣତ କରିବାକୁ ହେଲେ ହିନ୍ଦୁ ଙ୍କୁ ଏକତା ସୂତ୍ରରେ ବାନ୍ଧିରଖିବା ସହିତ ଯୁବ ସମାଜ ନିକଟରେ ବାର୍ତାରଖିବା,ଅଞ୍ଚଳ ରେ ଧର୍ମାନ୍ତରିକରଣ କୁ ବନ୍ଦ କରିବାର ଲକ୍ଷ୍ୟ ରଖି କାର୍ଯ୍ୟାଳୟ ଖୋଲାଯାଇଥିବା ଜଣାପଡିଛି।ପରେ ସମସ୍ତ ସଦସ୍ୟ ଭାରତମାତା କି ଜୟ,ଜୟ ଶ୍ରୀରାମ ନାରା ଦେଇ ଏକ ବାଇକ ସୋଭାଯାତ୍ରା ରେ ସହରପରିକ୍ରମା କରିଥିଲେ।
ବିଶ୍ଵହିନ୍ଦୁ ପରିଷଦ ର ଜିଲ୍ଲା ସମ୍ପାଦକ ଯଦୁନାଥ ମହାନ୍ତ, ଜିଲ୍ଲା ଉପସଭାପତି କମଳାକାନ୍ତ ମହାନ୍ତ, ବାରିପଦା ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଆଚାର୍ଯ୍ୟ,ଶ୍ରୀ ସଞ୍ଜୀବ ସାହୁ, ଅନୁ ଅଗ୍ରୱାଲ, ଲପୁ ଭାରୁକା, କ୍ଷୀରୋଦ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।