ରାଜଗାଙ୍ଗପୁର ପୈରପାଳିକା ଓ ପିଡବ୍ଲୁଡି ମଧ୍ୟରେ ପାଚେରୀ ନିର୍ମାଣକୁ ନେଇ ବିବାଦ ଘନେଇଲା ।

ପୈରପାଳିକା କାର୍ଯ୍ୟଳୟ ସମ୍ମୁଖରେ ଥିବା ପିଡବ୍ଲୁଡି ବିଭାଗ ନିଜସ୍ଵ ଜମି ରେ ପାଚେରୀ ନିର୍ମାଣକୁ କେନ୍ଦ୍ରକରି ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ ଓ ବିଭିନ୍ନ ୱାଡ଼ ରୁ ଆସିଥିବା କାଉନସିଲର , ଅଫିସର ଏହାର କଡ଼ା ବିରୋଧ କରି ରାସ୍ତା କଡ଼ ନାଳ ଜମି ଠାରୁ କିଛି ଦୂରରେ ପାଚେରୀ ନିର୍ମାଣ କାର୍ଯ୍ୟ ପାଇଁ ପିଡବ୍ଲୁଡି ବିଭାଗ କୁ ଚିଠି ଦ୍ଵାରା ନିବେଦନ କରି ଥିଲେ ମାତ୍ର ପିଡବ୍ଲୁଡି ବିଭାଗ ନିଜସ୍ଵ ଜମି ରେ ପାଚେରୀ ନିର୍ମାଣ କାର୍ଯ୍ୟ କୁ ଆଗେଇ ନେବାରୁ ପୈରପାଳିକା ପକ୍ଷରୁ ବିରୋଧ କରି ନିର୍ମାଣ କାର୍ଯ୍ୟ ବନ୍ଦ କରି ସୁନ୍ଦରଗଡ଼ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଇଥିଲେ।

ଉକ୍ତ ପାଚେରୀ ନିର୍ମାଣ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦର୍ଶାଇଥିଲେ କାରଣ ପୈରପାଳିକା କାର୍ଯ୍ୟଳୟ, ପଶୁ ଚିକିତ୍ସାଳୟ, ହୋମିଓପାଥିକ ଡାକ୍ତରଖାନା ରେ ପ୍ରତିଦିନ ଶହଶହ ଜନସାଧାରଣଙ୍କ ଗାଡ଼ି ପାର୍କିଂ ବ୍ୟବସ୍ଥା ନିମନ୍ତେ ଯାଗା ନ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଥିବା ପୈରପାଳିକା ପକ୍ଷରୁ ଅଭିଯୋଗ କରିଥିଲେ। ଉକ୍ତ ଘଟଣା ଆଜି ରାଜଗାଙ୍ଗପୁର ଅଞ୍ଚଳ ରେ ଚର୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *