ରାଜଗାଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଜଣକୁ ଗିରଫ କରି କୋର୍ଟ ଚାଲାଣ।

ରାଜଗାଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସତ୍ୟଜିତ ସାମଲଙ୍କ ତତ୍ବାବଧାନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ଗୁଡିଆଲି ଗ୍ରାମର ଜଗନ୍ନାଥ ମାଝୀ କୁ ୧୫ଲିଟର ମଦ ସହ ଚୋରା ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରି ଓଡ଼ିଶା ଅବକାରୀ ଧାରା ଅନୁସାରେ ୧୬୪/୨୦୨୪ /୨୫ ମାମଲା ରେ କେସ ରୁଜ୍ଜୁ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠା ଯାଇଥିଲା ।

ବିଚାରପତି ଉକ୍ତ କେସ ସମନ୍ଧରେ ଶୁଣାଣୀ କରି ଅଭିଯୁକ୍ତ କୁ ସୁନ୍ଦରଗଡ଼ ଜେଲ ପଠାଯାଇଥିବା ଅବକାରୀ ଅଧିକାରୀ ସୁଚନା ଦେଇଥିଲେ ଉକ୍ତ ଚଢ଼ାଉ ସମୟରେ ରାଜଗାଙ୍ଗପୁର ଅବକାରୀ ବିଭାଗ ର ବହୁ କନେଷ୍ଟବଳ ସାମିଲ ହୋଇଥିଲେ।

ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *