ଗତକାଲି ରାତିରେ ରାଜଗାଙ୍ଗପୁର ସହର ର ଡାଲମିଆ ସିମେଣ୍ଟ କଂପାନୀ ପକ୍ଷରୁ ଦଶହରା ଓ ଆତିଶବାଜି କାର୍ଯ୍ୟକ୍ରମ ରେ ରାଜଗାଙ୍ଗପୁର ଓ ଆଖପାଖ ଅଞ୍ଚଳ ରୁ ପ୍ରାୟ କୋଡିଏ ହଜାର ଦର୍ଶକଙ୍କ ଉପସ୍ଥିତିରେ ରାମାୟଣ ଓ ଶିବ ପୁରାଣ ଗୀତିନାଟ୍ୟ ରାଜ୍ୟ ବାହାରରୁ ଆସିଥିବା କଳାକାର ଙ୍କ ଦ୍ଵାରା ପରିବେଷିତ ହୋଇଥିଲା କାର୍ଯ୍ୟକ୍ରମ ରେ ରାମ ଲକ୍ଷ୍ମଣ ସୀତା ଓ ହନୁମାନଙ୍କ ପୂଜା ଅର୍ଚ୍ଚନା ଓ ଆରତୀ ଡାଲମିଆ ସିମେଣ୍ଟ କଂପାନୀ ର କାର୍ଯ୍ୟ ନିର୍ଦେଶକ ଅଧିକାରୀ ଶ୍ରୀ ଚେତନ ଶ୍ରୀବାସ୍ତବ ତାଙ୍କର ସହଧର୍ମିଣୀ ସରୋଜ ଶ୍ରୀବାସ୍ତବ ଙ୍କ ଦ୍ଵାରା ଅନୁଷ୍ଠିତ କରାଯାଇ ସମସ୍ତ ଅତିଥି ଅନୁରୂପ କାର୍ଯ୍ୟକ୍ରମ କରିଥିଲେ।
ଏହି ଅବସରରେ ରାଜଗାଙ୍ଗପୁର ଏସଡିପିଓ ଡକ୍ତର ଅଭିଷେକ ପାଣିଗ୍ରାହୀ ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଡକ୍ତର ନିଳାଦ୍ରୀ ପାଡ଼ି ଚନ୍ଦ୍ରଶେଖର ଜୀ, ଅର୍ଥ ନିର୍ଦେଶକ ଅଧିକାରୀ ଶ୍ରୀ ଅଶ୍ଵିନୀ ଡାଲମିଆ ତାଙ୍କର ସହଧର୍ମିଣୀ ସଞ୍ଜୁ ଡାଲମିଆ, ସୁବ୍ରତ ପଟ୍ଟନାୟକ, ରଶ୍ମି ଷଡଂଗୀ, ବିଡ଼ିଓ ଅକ୍ଷୟ କୁମାର ବାଗ,ଖଗପତି ବିଶ୍ଵାଳ, ବିବେକ ଗୁପ୍ତା,ଖେଲକର ଜୀ ଏବଂ ବହୁ ଉଚ୍ଚପଦସ୍ଥ ଅଫିସର, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତି ଥିଲେ, ସମସ୍ତ କାର୍ଯ୍ୟକ୍ରମ ଅମରେଶ ପଣ୍ଡା ଓ ଅଭିଷେକ ସିଂ ମଞ୍ଜ ପରିଚାଳନା କରିଥିଲେ ଶୋଷଣ କାର୍ଯ୍ୟ ନିର୍ଦେଶକ ଅଧିକାରୀ ଶ୍ରୀ ଚେତନ ଶ୍ରୀବାସ୍ତବଙ୍କ ଦ୍ଵାରା ରାବଣ ପୋଡି ଅନୁଷ୍ଠିତ ହୋଇଥିଲା।
ରାଜଗାଙ୍ଗପୁର ସହର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ