ଗତକାଲି ୭ ଘଟିକା ସମୟରେ ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ କମୁନିଟି ସେଣ୍ଟର ପରିସରରେ ଗାଂଗପୁର ସାଂସ୍କୃତିକ ପରିଷଦ ଅନୁକୂଳ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ରାଜଗାଙ୍ଗପୁର ଏସଡିପିଓ ଡକ୍ତର ଅଭିଷେକ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ରାଜଗାଙ୍ଗପୁର ଥାନା ଅଧିକାରୀ ତଥା ଗାଂଗପୁର ସାଂସ୍କୃତିକ ପରିଷଦ ର ସଭାପତି ଶ୍ରୀ ମନୋରଞ୍ଜନ ପ୍ରଧାନ ଯୋଗଦାନ କରି ଉପସ୍ଥିତି ନାଗରିକ ଙ୍କୁ ବେଶ୍ ଉତ୍ସାହିତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଗାଂଗପୁର ସାଂସ୍କୃତିକ ପରିଷଦ ର ବହୁ ସଦସ୍ୟ, ବିଶିଷ୍ଟ ଶିଳ୍ପପତି, ବିଭିନ୍ନ ସାମାଜିକ ସଂଗଠନ, ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜଗାଙ୍ଗପୁର ଅଳର ର ଶହଶହ ନାଗରିକ ଙ୍କ ଉପସ୍ଥିତି ରେ ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦେବବ୍ରତ ମିତ୍ର ଙ୍କ ରିପୋର୍ଟ ରାଜଗାଙ୍ଗପୁର।