ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାର ରେ ସୁରକ୍ଷା ଅଧିକାରୀ ଭାବରେ କାର୍ଯ୍ୟରତ ରଶ୍ମି କାନ୍ତ ଷଡଂଗି ଓ ତାଙ୍କ ସହଧର୍ମିଣୀ ଇତିଶ୍ରୀ ଷଡଂଗି ଙ୍କ ସୁପୁତ୍ର ଆଦିତ୍ୟ ଷଡଂଗି ଓଡ଼ିଶା ରାଜ୍ୟ ଜୁଡୋ ଆସୋସିଏସନ୍ ଅନୁକୂଳ ରେ ଖୋର୍ଦ୍ଧା ଠାରେ ରାଜ୍ୟ ସିନିୟର୍ ଜୁଡୋ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ସିନିୟର୍ ବିଭାଗ ରେ ସ୍ଵର୍ଣ୍ଣ ଓ ଜୁନିୟର ବିଭାଗ ରେ ରୋୖପ୍ୟ ମେଡାଲ ପାଇବାରେ ସଫଳତା ହାସଲ କରିପାରିଛନ୍ତି ।ସେ ଏବେ ତୃତୀୟ ବର୍ଷ ଆଇନ ବିଭାଗ ରେ ଚଣ୍ଡୀଗଡ଼ ୟୁନିଭର୍ସିଟ ରେ ଅଧ୍ୟୟନ କରୁଛନ୍ତି ।

ବିବେକ ଠାକୁର, ରାକେଶ ବେହେରା,ଶରତ କୁମାର ଦାଶ,ଗିତାଞଲି ପଣ୍ଡା ଓ ଏମଡି ଆବିଦ ଆଦିତ୍ୟ ଷଡଂଗି ଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଉକ୍ତ ଖବର ରାଜଗାଙ୍ଗପୁର ଅଞ୍ଚଳ ରେ ଚର୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। ସହର ସାରା ଶୁଭେଚ୍ଛା ବାର୍ତ୍ତା ଆସୁଥିବା ପରିବାର ପକ୍ଷରୁ ସୁଚନା ଦେଇଥିଲେ। ଉକ୍ତ ଖବର ରାଜଗାଙ୍ଗପୁର ଇତିହାସ ରେ ପ୍ରଥମ ଘଟଣା।
ଦେବବ୍ରତ ମିତ୍ର ଙ୍କ ରିପୋର୍ଟ ରାଜଗାଙ୍ଗପୁର।