ତେରେସିଂହାରେ ମାଁ ପାଟଖଣ୍ଡାଙ୍କ ଛତର ଯାତ୍ରା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ଗ୍ରାମ ତେରେସିଂହା ଠାରେ ମାଁ ପାଟଖଣ୍ଡା ଯାତ୍ରା ଆଜି ସମ୍ପନ୍ନ ହୋଇଯାଇଛି l ଗତ ୧ତାରିଖ ଗୁଡ଼ି(ମନ୍ଦିର) ପ୍ରବେଶ ଠାରୁ ୭ତାରିଖ ପର୍ଯ୍ୟନ୍ତ ଗୁଡ଼ିରେ ପୂଜା ପାଉଥିବା ବେଳେ ଆଜି ମା’ ଙ୍କର ଯାତ୍ରା ହୋଇଥିଲା l ଏହି ଯାତ୍ରାରେ ମା’ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଭକ୍ତଙ୍କର ସମାଗମ ହୋଇଥିଲା l ଭକ୍ତ ମାନଙ୍କର ମାନସିକ ପୂରଣ ହୋଇ ଥିବାରୁ ଏଠାରେ ବୋଦା, କୁକୁଡ଼ା ବଳି ପଡ଼ିଥିଲା l ଏହି ଯାତ୍ରା ତେରେସିଂହା ସ୍କୁଲ ପଡ଼ିଆର ଗୋଟିଏ ପାର୍ଶ୍ୱରେ ତେରେସିଂହା ଓ ଅପର ପାର୍ଶ୍ଵରେ ବେଲପଡ଼ାର ଯାତ୍ରା ହୋଇଥାଏ l ତେରେସିଂହା ଯାତ୍ରା ଖଳା ପଡ଼ିଆ ଓ ବେଲପଡ଼ା ଯାତ୍ରା ଖଳାରେ ଶହ ଶହ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା l ଏହି ଯାତ୍ରା କୈବର୍ତ୍ତ ସମ୍ପ୍ରଦାୟର ହୋଇଥିଲେ ହେଁ ଏଥିରେ ବିଭିନ୍ନ ଜାତିର ଲୋକ ବାର ଦେହେଲିଆ ଭାବେ ରହିଥାନ୍ତି l ଯାତ୍ରାର ଏକ ଲୋକ ବିଶ୍ୱାସ ଆଜିବି ରହିଆସିଛି ଯେ, ଯାତ୍ରାର ପୂର୍ବ ରାତ୍ରୀ ପୂଜା ସ୍ଥାନରେ ଗୋରସ ରଖି ଦିଆଯାଇ ଥାଏ ଓ ସେହି ଗୋରସକୁ ରାତ୍ରୀରେ ବାଘ ଆସି ପିଇ ଯାଉଥିବା କୁହାଯାଏ l

ତେରେସିଂହା ଯାତ୍ରାର ମୁଖ୍ୟ ପୂଜକ ଦାମ୍ବୋଦର ନାଏକ, ବରୁଆ ବିବେକାନନ୍ଦ ନାଏକ ଓ ମିନକେତନ ନାଏକ, ଛତ୍ରିଆ ଗୋପାଳ ନାଏକ, ଯାତ୍ରା କମିଟି ସଭାପତି ରୁଦ୍ର ଭୋଇ, ସମ୍ପାଦକ ସୁବିନ୍ଦ୍ର ରଣା, ଦୈତାରି ନାଏକ, ଜଗବନ୍ଧୁ ଭୋଇ, ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l ସେହିପରି ବେଲପଡ଼ା ଯାତ୍ରା କମିଟି ପକ୍ଷରୁ ସଭାପତି ନୀଳମଣି ଗହିର, ସଂପାଦକ କିଶୋର ଚନ୍ଦ୍ର ନାଏକ ଉପସଭାପତି ଯୁଗଳ କିଶୋର ନାଏକ, ଦାମା ଭୋଇ, ବିଶ୍ୱମ୍ବର ଭୋଇ, ପୂଜକ ପାଦୁକା ନାଏକ, ବରୁଆ ଅର୍ଜୁନ ନାଏକ, ଗୁର ନାଏକ, ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ସୁଶାନ୍ତ ମଲ୍ଲିକ, ଦିଲିପ ଗହିର, ଅନିରୁଦ୍ଧ ନାଏକଙ୍କ ସମେତ ଅଞ୍ଚଳ ଶତାଧିକ ଶ୍ରଦ୍ଧାଳୁ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, କ୍ରାନ୍ତି ଓଡ଼ିଶା ନ୍ୟୁଜ

Leave a Reply

Your email address will not be published. Required fields are marked *