ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଙ୍କ ନିର୍ଦେଶରେ ରାଜଗାଙ୍ଗପୁର ପୋଲିସ ପକ୍ଷରୁ ସହରରେ ବିଭିନ୍ନ ଡାବା, ଛୋଟ ବଡ଼ ହୋଟେଲ ଠାରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଧରିବାରେ ସଫଳ ହୋଇଥିଲେ ।

ତାଲକିପଡା ଗଳିରେ ଥିବା ଗୈାରବ ଚାଉମିନ ଦୋକାନର, ଲିପଲୋଇ ଅଞ୍ଚଳର ଭିମକାନ୍ତ ସିଂ କୁ ଚୋରା ମଦ ବିକ୍ରି ଅଭିଯୋଗ ଗିରଫ କରାଯାଇ ରାଜଗାଙ୍ଗପୁର ଥାନରେ ଓଡ଼ିଶା ଅବକାରୀ ଧାରା ଅନୁସାରେ କେସ ନଂ ୪୭୩,୪୭୨ ମାମଲାରେ ରୁଜ୍ଜୁ କରାଯାଇ ଥାନାରୁ ବେଲ ହୋଇଥିବା ଥାନା ଅଧିକାରୀ ସୁଚନା ଦେଇଥିଲେ।
ଉକ୍ତ ଘଟଣା ପରେ ଚୋରା ମଦ ବେପାରୀ ଙ୍କ ମଧ୍ୟରେ କୋକୁଆ ଭୟରେ ଅଧିକାଂଶ ଡାବା ଓ ଛୋଟ ବଡ଼ ହୋଟେଲ ରେ ମଦ ବିକ୍ରି ଲୁଚାଛପା ରେ କରୁଥିବା ପରିଲକ୍ଷିତ ହୋଇଛି। ଆଗରୁ ଦୁର୍ଗା, କାଲି ପୂଜା ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ଅଭିଯାନ ଜୋରଦାର ହେବ ବୋଲି ରାଜଗାଙ୍ଗପୁର ଥାନା ଅଧିକାରୀ ସୁଚନା ଦେଇଥିଲେ।
(ଦେବବ୍ରତ ମିତ୍ର)